Thursday, March 28, 2024

Top 5 This Week

Related Posts

ଆଜିଠୁ ଆରମ୍ଭ ହେଲା ଚୈତ୍ର ନବରାତ୍ରି : ଏହି ସବୁ ପ୍ରସାଦ ଲଗାଇଲେ ପ୍ରସନ୍ନ ହେବେ ମା’ ଦୁର୍ଗା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୪) : ଆଜିଠୁ ଆରମ୍ଭ ହୋଇ ଯାଇଛି ଚୈତ୍ର ନବରାତ୍ରୀ । ହିନ୍ଦୁ ନବବର୍ଷ ର ପ୍ରାରମ୍ଭ ଅନୁସାରେ ଏହି ପର୍ବ ବେଶ ଗୁରୁତ୍ୱ ବହନ କରିଥାଏ ।

ଆଜିଠୁ ବିଭିନ୍ନ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ମଧ୍ୟ ପରିଲକ୍ଷିତ ହେଉଛି । ମା’ ଦୁର୍ଗାଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ପ୍ରକାରର ପ୍ରସାଦ ଚଢାଇଥାନ୍ତି । ତେବେ ଆପଣଙ୍କ ରାଶି ଅନୁସାରେ ଆପଣ କଣ ପ୍ରସାଦ ଚଢାଇବା ଉଚିତ ଜାଣି ନିଅନ୍ତୁ ।

ବୃଷ: ବୃଷ ରାଶି ର ବ୍ୟକ୍ତି ମାନେ ମା ଦୁର୍ଗାଙ୍କ ନିକଟରେ ରାବିଡି ଭୋଗ ଲଗାଇବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ଅସୁବିଧା ଦୂର ହେବ ।

ମିଥୁନ: ମିଥୁନ ରାଶି ର ବ୍ୟକ୍ତି ମାନେ ଅମୃତ ଭଣ୍ଡା ଭୋଗ ଲଗାନ୍ତୁ । ଏହା ଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ।

କର୍କଟ: କର୍କଟ ରାଶିରେ ବର୍ତ୍ତମାନ ଚନ୍ଦ୍ରମା ବିରାଜ କରୁଛନ୍ତି । ଏହି ଅବସରରେ କର୍କଟ ରାଶି ର ବ୍ୟକ୍ତି ମାନେ କ୍ଷୀର ବା କ୍ଷୀରରେ ପ୍ରସ୍ତୁତ କୌଣସି ମିଠାଇ ଭୋଗ ଲଗାଇବା ଉଚିତ୍ ।

ସିଂହ: ସିଂହ ରାଶି ର ବ୍ୟକ୍ତି ମାନେ ମା’ ଦୁର୍ଗାଙ୍କ ନିକଟରେ ଡାଳିମ୍ବ ଭୋଗ ଲଗାଇବା ଲାଭବାନ ହୋଇଥାଏ ।

କନ୍ୟା: କନ୍ୟା ରାଶିର ଜାତକ ଅନୁଯାୟୀ କ୍ଷିରୀ ଭୋଗ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ ।

ତୁଳା: ମା ଦୁର୍ଗାଙ୍କୁ ପୂଜା କରିବା ସମୟରେ ତୁଳା ରାଶିର ବ୍ୟକ୍ତି ଶିଙ୍ଗାଡା ଭୋଗ ଲଗାଇବା ଉଚିତ୍ ।

ବିଛା: ବିଛା ରାଶି ର ବ୍ୟକ୍ତିଙ୍କ ଜାତକ ଅନୁଯାୟୀ ଗୁଡ ର ଭୋଗ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ ।

ଧନୁ: ଏହି ରାଶି ର ବ୍ୟକ୍ତିଙ୍କୁ ମାଁ ଦୁର୍ଗାଙ୍କ ନିକଟରେ ବିଡିଆ ପାନ ଭୋଗ ଲଗାଇବା ଉଚିତ୍ ।

ମକର: ମକର ରାଶି ର ଲୋକ ମାନେ ନଡିଆର ଭୋଗ ଲଗାଇବା ଉଚିତ୍ ।

କୁମ୍ଭ: କୁମ୍ଭ ରାଶି ର ବ୍ୟକ୍ତି ମାନେ ମା’ଙ୍କ ନିକଟରେ ହାଲୁଆ ଭୋଗ ଲଗାଇବା ଉଚିତ୍ ।

ମୀନ: ନବରାତ୍ରିରେ ମା ଦୁର୍ଗାଙ୍କ ଆରାଧନା ସମୟରେ ମୀନ ରାଶି ର ବ୍ୟକ୍ତିଙ୍କୁ ପଞ୍ଚମେୱା ଭୋଗ ଲଗାଯିବା ଉଚିତ୍ ।

Popular Articles