Related Contents

ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପଡ଼ା ଛକରେ ଏକ ଦୁର୍ଘଟଣା ଘଟିଯାଇଛି |

ଆଜି ଅପରାହ୍ନ ୪ଟା ସମୟରେ ବାଇକ ଦୁର୍ଘଟଣା ରେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ସୂଚନାରୁ ପ୍ରକାଶ ଯେ ବୈପାରୀଗୁଡା ପଂଚାୟତ ପୁରୁଣାଗୁଡା ଗ୍ରାମର ଉଦ୍ଧବ ମାଝୀଙ୍କ ପୁଅ ବୁଦ୍ର ମାଝୀ (୩୫) ବୋଲି ଜଣାପଡିଛି | ଓଆର ୧୦ଜି ୮୪୬୨ନମ୍ବର ବାଇକରେ ନିଜ ଘରକୁ ଫେରୁଥିବା ବେଳେ ଚନ୍ଦ୍ରପଡ଼ା ଛକରେ ଏହି ଅଘଟଣ ଘଟିଛି | ଗାଡିର ଗତି ଦ୍ରୁତ ଥିବାରୁ ଭାରସାମ୍ୟ ହରାଇ ଖାଲ ଜମିକୁ ଖସି ଯିବା ଫଳରେ ଏବଂ ହେଲମେଟ ପିନ୍ଧି ନ ଥିବା ଯୋଗୁଁ ଏପରି ଅଘଟଣ ହୋଇଛି ଓ ତାଙ୍କର ମୃତ୍ୟୁ ହୋଇଛି ବୋଲି ଉପସ୍ଥିତ ଲୋକେ ଆଲୋଚନା କରୁଛନ୍ତି | ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚିବା ପରେ ବୁଦ୍ରକୁ ବୈପାରୀଗୁଡା ମେଡିକାଲ ନିଆଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

Comments are closed.