Thursday, March 28, 2024

Top 5 This Week

Related Posts

୨୦୨୨ ମାର୍ଚ୍ଚରେ ଜିଏସ୍‌ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ : ମୋଟ ୧.୪୨ କୋଟିର ଜିଏସ୍‍ଟି ସଂଗୃହୀତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୪) : ଚଳିତ ବର୍ଷ ୨୦୨୨ ମାର୍ଚ୍ଚ ମାସରେ ଦେଶରେ ମୋଟ ୧, ୪୨,୦୯୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି । ଏହା ଏକ ସର୍ବକାଳୀନ ରେକର୍ଡ । ସେଥିରୁ କେନ୍ଦ୍ରୀୟ ଜିଏସ୍‌ଟି ର ପରିମାଣ ୨୫, ୮୩୦ କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍‌ଟି ପରିମାଣ ୩୨, ୩୭୮କୋଟି ଓ ଆଇଜିଏସ୍‌ଟି ପରିମାଣ ୭୪, ୪୭୦ କୋଟି ଟଙ୍କା ।

ସମ୍ମିଳିତ ଜିଏସ୍‌ଟିରେ ୩୯, ୧୩୧ କୋଟି ଆମଦାନୀ ବାବଦ ଶୁଳ୍କ ରହିଛି ଯାହା ଆମଦାନୀ ହେଉଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଉପରୁ ସଂଗୃହୀତ ହୋଇଛି । ସେହିଭଳି ୨୦୨୨ ମାର୍ଚ୍ଚରେ ଆଦାୟ ହୋଇଥିବା ଉପକର ବା ସେସ୍‌ ଏବଂ ଅନ୍ୟାନ୍ୟ ଅତିରିକ୍ତ କରର ପରିମାଣ ୯,୪୧୭ କୋଟି ଟଙ୍କା । ଏଥିରେ ଆମଦାନୀ ହୋଇଥିବା ସାମଗ୍ରୀ ଉପରୁ କେବଳ ୯୮୧ କୋଟି ଟଙ୍କାର ନିରୋଳା ସେସ୍‌ ଅନ୍ତର୍ଭୁକ୍ତ ।

୨୦୨୨ ମାର୍ଚ୍ଚରେ ଆଦାୟ ହୋଇଥିବା ମୋଟ ଜିଏସ୍‌ଟି ଏକ ସର୍ବକାଳୀନ ରେକର୍ଡ । ଚଳିତବର୍ଷ ଜାନୁୟାରୀ ମାସରେ ଦେଶରେ ୧, ୪୦, ୯୮୬ କୋଟି ଟଙ୍କାର ମୋଟ ଜିଏସ୍‌ଟି ସଂଗୃହିତ ହୋଇ ଯେଉଁ ରେକର୍ଡ ସୃଷ୍ଟି ହୋଇଥିଲା ମାର୍ଚ୍ଚର ସଂଗ୍ରହ ସେ ରେକର୍ଡକୁ ଭାଙ୍ଗିଛି । ନିୟମିତ ଅଂଶ ପ୍ରଦାନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏଇମାସରେ ଆଦାୟ ହୋଇଥିବା ମୋଟ ଜିଏସ୍ଟିରୁ କେନ୍ଦ୍ରୀୟ ଜିଏସ୍ଟି ବାବଦରେ ୨୯, ୮୧୬କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ଜିଏସ୍‌ଟି ପ୍ରାପ୍ୟ ବାବଦରେ ରାଜ୍ୟମାନଙ୍କ ପାଇଁ ୨୫, ୦୩୨କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ କେନ୍ଦ୍ର ସରକାର ମଧ୍ୟ ସମନ୍ୱିତ ଜିଏସ୍‌ଟି ବାବଦରେ ଆଦାୟ ହୋଇଥିବା ଅର୍ଥକୁ ଆଡହକ୍‌ ଭିତ୍ତିରେ ୫୦:୫୦ ଅନୁ ।ତରେ ବିଭାଜିତ କରି ରାଜ୍ୟମାନଙ୍କୁ ୨୦, ୦୦୦ କୋଟି ଟଙ୍କା ମାର୍ଚ୍ଚ ମାସରେ ଦେଇଛନ୍ତି ।

ନିୟମିତ ଓ ଆଡହକ (ଅସ୍ଥାୟୀ)ଜିଏସ୍ଟି ଭାଗ ଅନୁସାରେ ଏବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଜିଏସ୍‌ଟିି ବାବଦରେ ମୋଟ ୬୫,୬୪୬ କୋଟି ଏବଂ ରାଜ୍ୟମାନଙ୍କୁ ରାଜ୍ୟ ଜିଏସ୍‌ଟି ବାବଦରେ ୬୭,୪୧୦ କୋଟି ଟଙ୍କା ମିଳିଛି । ଏହାଛଡା ଜିଏସ୍‌ଟି କ୍ଷତିୂରଣ ବାବଦରେ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮,୨୫୨ କୋଟି ଟଙ୍କା ମାର୍ଚ୍ଚ ମାସରେ ଯୋଗାଇ ଦିଆଯାଇଛି ।

Popular Articles