ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧ୍ୟ ଆଶାୟୀ ପ୍ରାର୍ଥୀ, ସୋନପୁର

ବିନିକା(ଧ୍ରୁବରାଜ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ତଥା ବୀରମହାରାଜପୁର ଜିଲ୍ଲା ପରିଷଦ ସଭ୍ୟ ଗାୟତ୍ରୀ ପାଣିଗ୍ରାହୀ ଆଜି ବିନିକା ଗସ୍ତରେ ଆସି ଆଗାମୀ ନିର୍ବାଚନରେ ପ୍ରାଥୀ ହେବାପାଇଁ ଇଛା ପ୍ରକାଶ କରୁଥିବା କହିଛନ୍ତି |

ଯଦି ଦଳର ସଭାପତି ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାଙ୍କୁ ଟିକେଟ ଦିଅନ୍ତି ତା ହେଲେ ସେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳର ବିଧାୟିକା ପ୍ରାଥୀ ହେବେ ବୋଲି ଆଶା ପ୍ରକାଶ କରୁଛନ୍ତି | ଶ୍ରୀମତୀ ପାଣିଗ୍ରାହୀ ଆହୁରି କହିଛନ୍ତି ଯେ ଦୀର୍ଘ ବର୍ଷ ହେଲା ସେ ବିଜେପି ଦଳର ଯୋଗଦେଇ ଜଣେ ସକ୍ରିୟ ସଦସ୍ୟତା ଭାବରେ ଦଳର ନୀତି ଆଦର୍ଶକୁ ବଜାୟ ରଖିଛନ୍ତି | ଏହା ସହିତ ଦଳ ଯେତେବେଳେ ଯାହାଦାୟିତ୍ୱ ଦେଇଛି ସେହି ଦାୟିତ୍ୱକୁ ସେ ଅବହେଳା ନ କରି ଭଲଭାବରେ ତୁଲାଇ ଲୋକଙ୍କ ଆଗରେ ଦେଖାଇ ପାରିଛନ୍ତି ବୋଲ କହିଛନ୍ତି | ତେଣୁ ଶ୍ରୀମତୀ ପାଣିଗ୍ରାହୀଙ୍କୁ ଯଦି ଆଗାମୀ ନିର୍ବାଚନରେ ସୋନପୁର ବିଧାନସଭା ଆସନରୁ ଦଳ ତରଫରୁ ଟିକେଟ ଦେଇ ସୁଯୋଗ ଦିଆଯାଏ ତେବେସେ ନିଶ୍ଚିତ ଭାବରେ ଅଗଣିତ ଜନତାଙ୍କ ପାଖକୁ ଯାଇ ଲୋକଙ୍କ ବିଶ୍ଵାସ ଭାଜନ କ୍ରମେ ବିଜୟ ଲାଭ କରିପାରିବେ ବୋଲି ପ୍ରକାଶ କରିଛନ୍ତି |

Comments are closed.