Thursday, March 28, 2024

Top 5 This Week

Related Posts

ଏଣିକି ସଡ଼କ ଦୁର୍ଘଟଣା ପାଇଁ ଜିଲ୍ଲାପାଳ ଉତ୍ତରଦାୟୀ ରହିବେ : ସୁପ୍ରିମକୋର୍ଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୪) : ସଡ଼କ ଦୁର୍ଘଟଣାକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଏଣିକି ସଡ଼କ ଦୁର୍ଘଟଣା ପାଇଁ ଜିଲ୍ଲାପାଳମାନେ ଉତ୍ତରଦାୟୀ ରହିବେ ।

ଜିଲ୍ଲା ର ଏଣିକି ସଡ଼କ ଦୁର୍ଘଟଣା ଗୁଡ଼ିକର ତଦାରଖ କରିବେ ଜିଲ୍ଲାପାଳ । ଓଡ଼ିଶା ସମେତ ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା ସଂକ୍ରାନ୍ତ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । କୁହାଯାଇଛି ଯେ, ଜିଲ୍ଲାପାଳମାନେ ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ସହ ସେମାନଙ୍କୁ ହସ୍ପିଟାଲରେ ପହଞ୍ଚାଇବାର ଦାୟିତ୍ୱ ନିର୍ବାହ କରିବେ ।

ଏଥିପାଇଁ ଜିଲ୍ଲାପାଳମାନେ ସଡ଼କ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବେ ଓ ପ୍ରତ୍ୟେକ ମାସରେ ଏକ ରିପୋର୍ଟ ପୋର୍ଟାଲରେ ଅପଲୋଡ୍ କରିବେ । ଏହି ରିପୋର୍ଟକୁ କେନ୍ଦ୍ରୀୟ ଅଧିକାରୀମାନେ ସମୀକ୍ଷା କରିବେ । ସମସ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୩୦ ତାରିଖ ସୁଦ୍ଧା ଜିଲ୍ଲା ସଡ଼କ ସୁରକ୍ଷା କମିଟି ଗଠନ ହେବ ।

ଏହି କମିଟିରେ ଏସପି, ସିଏମଓ, ପୂର୍ତ୍ତ ମୁଖ୍ୟଯନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରାଳୟର କ୍ଷେତ୍ରୀୟ ଅଧିକାରୀ, ଏନଏଚଏଆଇର ପ୍ରୋଜେକ୍ଟ ଡାଇରେକ୍ଟର, ନଗର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଜିଓ ର ପ୍ରତିନିଧି ରହିବେ ।

Popular Articles