Related Contents

ରାଜ୍ୟସରକାରଙ୍କ ବିଫଳତାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ସହର ନୂଆବଜାର ସ୍ଥିତ ଚନ୍ଦ୍ରମା ଆପଟମେଣ୍ଟ ଠାରେ ଜିଲ୍ଲା ବିଜେପି ମୌର୍ଚ୍ଚା ସଭାନେତ୍ରୀ ଗାୟତ୍ରୀ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ବିଷୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି |

ସେ ଆହୁରି କହିଛନ୍ତି ଯେ ଜିଲ୍ଲାରେ ଲାଗିରହିଥିବା କେତେକ ନିର୍ଦ୍ଧିଷ୍ଟ ସମସ୍ୟାକୁ ନେଇ ରାଜ୍ୟସରକାରଙ୍କ ତୀବ୍ର ସମାଲୋଚାନ କରିଛନ୍ତି | ଏହି ପରିପେକ୍ଷୀରେ ସେ କହିଛନ୍ତି ଯେ ବିନିକା -ସୋନପୁର ରାସ୍ତାର ଧଉରାଖମନ ଛକ ସ୍ଥିତ ଅଙ୍ଗସେତୁ ତନଖି ଫାଟକର ଟୋଲ ଆଦାୟର ନିର୍ଦ୍ଧିଷ୍ଟ ଅବଧି ନେଇ ପ୍ରଶ୍ନ ଉଠାଉଥିବା ବେଳେ ଏହାକୁ ତୁରନ୍ତ ବନ୍ଦ କରିବାକୁ ବିଭାଗୀୟ କର୍ତୁପକ୍ଷଙ୍କ ଅବଗତି ନିମନ୍ତେ ଜଣାଯିବ ବୋଲି ସେ ପ୍ରକାଶ କରିଛନ୍ତି | ଅଙ୍ଗସେତୁ ଉଦଘାଟନ ହେବା ପରଠାରୁ ଆଦ୍ୟବଧି ପର୍ଯ୍ୟନ୍ତ ବାର୍ଷିକ ଲକ୍ଷାଧିକ ଟଙ୍କା ଟୋଲ ଆଦାୟ କରାଯାଉଛି | ଏହି ତନଖି ଫାଟକର ଟୋଲ ଆଦାୟ ଅବଧି ସରିଯାଇଥିଲେ ମଧ୍ୟ୍ୟ କେଉଁ ଆଧାରରେ ଆଦାୟ ଜାରି ରହିଛି ବୋଲି ପ୍ରଶ୍ନ କରିଛନ୍ତି ? ଏଥି ଯୋଗୁଁ ଜନସାଧାରଣରେ ବିଭିନ୍ନ କ୍ଷେତ୍ରରେ କ୍ଷତିର ସମ୍ମୁଖୀନ ହଉଥିବ ସେ ପ୍ରକାଶ କରିଛନ୍ତି | ସେହିପରି ଅନ୍ୟ ସମସ୍ୟା ଉପରେ ମଧ୍ୟ୍ୟ ସୂଚନା ଦେଇଥିଲେ | ସେହି ସମସ୍ୟା ଗୁଡିକ ହେଲା ସୁବର୍ଣ୍ଣପୁର ଜିଲ୍ଲା ସମେତ ବିନିକା ଅଞ୍ଚଳରେ ପର୍ଯ୍ୟାପ୍ତ ସରକାରୀ ବସବାସ ନ ଥିବାରୁ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁରୁଷାନୁକ୍ରମେ ଏ ଜିଲ୍ଲା ପ୍ରତି ମାତ୍ର ଗୋଟିଏ ରେଳ ଷ୍ଟେସନ ଡୁଙ୍ଗୁରିପାଲି ଥିବାବେଳେ ଅନ୍ୟ ଅଞ୍ଚଳକୁ ରେଳସେବା ନାହିଁ | ତେଣୁ ତୁରନ୍ତ ଏ ଜିଲ୍ଲାକୁ ରେଳସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି | ଏହା ସହିତ ବିନିକା ଅଞ୍ଚଳ ବାସୀଙ୍କ ଦୀର୍ଘ ଦାବିକୁ ମଧ୍ୟ୍ୟ ଶିକ୍ଷା କ୍ଷେତ୍ରରେ ଅବହେଳା କରାଯାଇଛି | ଆଇଟିଆଇ କଲେଜ ନଥିବାରୁ ଏ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ଆଇଟିଆଇ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ସହିତ ଅଧିକ ଖର୍ଚ୍ଚାନ୍ତ ହୋଇ ଜିଲ୍ଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି | ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଲେ ଯେ ସୁବର୍ଣ୍ଣପୁର ଜିଲ୍ଲାର ୫ଟି ବ୍ଲକ ସମେତ ବିନିକା ଅଞ୍ଚଳର ହଜାର ହଜାର ଚାଷୀ ଗତ ଖରିଫ ଋତୁ ଚାଷ ଅମଳ ପୂର୍ବରୁ ପ୍ରଥମେ ଚକଡା ଓ ପରେ ଅଦିନିଆ ବର୍ଷା କୁଆପଥର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି | ଏପରି ସ୍ଥିତିରେ ଚାଷୀଙ୍କ ସମସ୍ୟା ଜାଣି ମଧ୍ୟ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାରେ ଅହତୁକ ଅବହେଲା କରିଛନ୍ତି | ସରକାର ଯେଉଁ କାଳିଆ ଯୋଜନା ଯୋଗାଇ ଦେଇଛନ୍ତି ତାହା ପାଇଁ କୋଣସି ଉତ୍କୃଷ୍ଟ ଯୋଜନା ନୁହେଁ | ରାଜ୍ୟ ସରକାର ଏହାକୁ ଉତ୍ତମ ଯୋଜନା ବୋଲି କହୁଥିଲେ ମଧ୍ୟ୍ୟ ଏହି ଯୋଜନାରୁ ଆର୍ଥିକ ସହାୟତା ପାଇବାରେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛି | ସେହିପରି ଗ୍ରୀଷ୍ମ ଋତୁ ଆଗମନ ହୋଇନଥିଲେ ମଧ୍ୟ୍ୟ ପ୍ରତ୍ୟକ ଗାଁରେ ପିଇବା ପାଣି ସମସ୍ୟା ଦେଖାଦେଲାଣି | ଦୀର୍ଘ ବର୍ଷ ଧରି ନବୀନ ସରକାର ଶାସନରେ ଥାଇ ମଧ୍ୟ୍ୟ ଆଜିର ଦିନରେ ପାଣି ଟୋପାଏ ପାଇଁ ଲୋକେ ଦୁର୍ଦଶା ଭୋଗୁଛନ୍ତି | ଉଠା ଜଳସେଚନ କ୍ଷେତ୍ରରେ ମଧ୍ୟ୍ୟ ଜିଲ୍ଲାକୁ ଅବହେଳା କରାଯାଇଛି ବୋଲି ଶ୍ରୀମତୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି | ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଅବସରରେ ଜିଲ୍ଲା ବିଜେପି ସଭାପତି ବିଜୟ ମହାକୁର, ଜିଲ୍ଲା ସାଧାରଣ ସମ୍ପାଦକ ମହେନ୍ଦ୍ର ମହାନନ୍ଦ, ବିନିକା ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ପଣ୍ଡା, ନାରାୟଣପୁର ଜୋନ ଜିଲ୍ଲା ପରିଷଦ ପୂର୍ଣଚନ୍ଦ୍ର ବିଶି ସଭ୍ୟ ରୋହିଣୀ ଡାଙ୍ଗ, ବିନିକା ନଗର ମହିଳା ସଭାନେତ୍ରୀ ମୀରା ବହିଦାରଙ୍କ ସମେତ ବିଜେପି ଦଳର ବହୁଗରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତି ଥିଲେ |

Comments are closed.