Related Contents

ରାଇକିଆ ଟାଉନ ହଲ ଠାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇକିଆ (ଜଗଦୀଶ ଦାସ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଟାଉନ ହଲ ଠାରେ ଆଜି ମହିଳା ମାନଙ୍କ ଉପସ୍ଥିତିରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ରାଇକିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସମନ୍ବିତ ଶିଶୁ ବିକାଶ ର ଶ୍ରୀମତୀ ମଳୟ ମିଶ୍ର, ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ନୀଳମାଧଵ ବେହେରା, ରାଇକିଆ ବ୍ଲକ ମିଶନ ଶକ୍ତି ସଂଯୋଜିକା ଶ୍ରୀମତୀ ବୈଜୟନ୍ତୀ ମଲ୍ଲିକ, ବ୍ଲକ ପ୍ରୋଗ୍ରାମର ବାଳକୃଷ୍ଣ କହ୍ନର, ଦିବ୍ୟଜ୍ୟୋତି ମହାସଂଘ ରାଇକିଆ ସଭାନେତ୍ରୀ ଶ୍ରୀମତୀ ସୌଦାମିନୀ ନାୟକ, ସମ୍ପାଦିକା ଶ୍ରୀମତୀ ଶାନ୍ତିଲତା ନାୟକ ଙ୍କ ସହ ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ |

Comments are closed.