ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ : ସାଢେ ୬ ଟା ପରିବର୍ତ୍ତେ ୭ ଟାରୁ ଆରମ୍ଭ ହେବ ସ୍କୁଲ

0
146
ସକାଳୁଆ ସ୍କୁଲ୍

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୨/୦୪) : ରାଜ୍ୟରେ ଏପ୍ରିଲ୍ ୨ ତାରିଖରୁ ସକାଳୁଆ ସ୍କୁଲ୍ କରିବା ପାଇଁ ଗତକାଲି ସରକାର ଘୋଷଣା କରିଥିବା ବେଳେ ଆଜି ଏହାର ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସକାଳ ସାଢେ ୬ ଟା ପରିବର୍ତ୍ତେ ୭ ଟାରୁ ସ୍କୁଲ ଆରମ୍ଭ ହେବ ବୋଲି କୁହାଯାଇଛି ।

ତେବେ ସବୁବେଳେ ଗଣଶିକ୍ଷା ବିଭାଗ ର ନିଷ୍ପତି କିଏ ନେଉଛି, ଆଉ ନେବା ପରେ କାହିଁକି ପରିବର୍ତ୍ତନ କରାଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ ଗତକାଲି କୁହାଯାଇଥିଲା ଯେ, ସକାଳୁଆ ସ୍କୁଲ୍ ସକାଳ ୬ ଟା ୩୦ ରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ସେହିପରି ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ନୂଆ ନିଷ୍ପତ୍ତି ଅନୁଯାୟୀ, ଏପ୍ରିଲ୍ ୨ ତାରିଖ ରୁ ୬ ଟା ୩୦ ରୁ ୧୦ ଟା ୩୦ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ । ଏବେ ରାଜ୍ୟରେ କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁ ଯାଇଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।