Related Contents

ବରାହ ଫାସରେ ଗଲା ମଣିଷ ଜୀବନ

ଝରୀଗାଁ (ତ୍ରିନାଥ ଧାରୁଆ): ଝରୀଗାଁ ବ୍ଲକ ଡାବୁଗାଁ ଥାନା ଅନ୍ତର୍ଗତ ନାଗଜୋଡି ଗାଁରେ ବାରାହା ମାରିବା ପାଇଁ ବିଛା ଯାଇଥିବା କରେଣ୍ଟ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି |

ଖବର ଅନୁଯାୟୀ ଝରୀଗୁଡାର ମିନା ବୟସ ୨୦, ମହୁଲ ଗୋଟେଇବା ପାଇଁ ନିକଟ ଗାଁ ନାଗଜୋଡି ଯାଇଥିବା ବେଳେ ନିଜ ସମ୍ପର୍କୀୟଙ୍କ ଘରେ ଖାଇପିଇ ଗତକାଲି ରାତି ୮ଘଣ୍ଟା ସମୟରେ ଝରୀଗୁଡା ଫେରୁଥିଲା | ମିନାକୁ ନାଗଜୋଡିରୁ ତାଙ୍କ ସମ୍ପର୍କୀୟ, ସ୍ଵାତି, ଲକ୍ଷ୍ମୀ ଏବଂ ଦଳିଲା ଛାଡିବା ପାଇଁ ଝରୀଗୁଡା ଆସୁଥିଲେ | ସେମାନଙ୍କ ଆସିବା ରାସ୍ତାରେ ବାରlହା ଶିକାର ପାଇଁ ବିଛାଯାଇଥିଲା ତାର, ହେଲେ ଅନ୍ଧାର ରାତିରେ ପ୍ରଥମେ ଦଳିଲା ତାର ସଂସ୍ପର୍ଶରେ ଆସି ଜଳି ଯାଇଥିଲା, ସାଥିରେ ଲକ୍ଷ୍ମୀ ଏବଂ ମିନା ମଧ୍ୟ ତାର ସଂସ୍ପର୍ଶରେ ଆସି ଥିଲେ ହେଲେ ଅଳ୍ପକେ ବର୍ତି ଗଲେ ମିନା | ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ନବରଙ୍ଗପୁର ମେଡିକାଲ କୁ ନେବା ସମୟରେ ବାଟରେ ଦଲୀଳାର ମୃତ୍ୟୁ ଘଟିଥିଲା | ଗ୍ରାମବାସିଙ୍କ କହିବା ଅନୁସାରେ ଏହି ଅଂଚଳରେ ଦୀର୍ଘ ଦିନ ହେଲା ଏଭଳି ବାରାହା ଶିକାର ଚାଲିଥିବା ବେଳେ ଜଙ୍ଗଲ ବିଭାଗକୁ ମୌଖିକ ଜଣାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା |

ଯାହାର ପରିଣାମ ଆଜି ନିରୀହ ଝିଅ ମାନଙ୍କୁ ଭୋଗିବାକୁ ପଡିଲା | ଏନେଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ତାର ଜବତ କରିବା ସହ ଘଟଣାର ତଦନ୍ତ କରି ସାରାଡ଼ୁ ଭତ୍ରା (୩୭), ବୈଦୁ ପୂଜାରୀ (୨୫), ସାଧୁରମ ମାଝୀ(୪୦) ଏବଂ ଈଶ୍ୱର ଭତ୍ରାକୁ ଥାନାରେ ଅଟକରଖାଯାଇଥିବା ବେଳେ ବିଜେଡି ପଂଚାୟତ ସଭାପତି ରାଜମାନ ଭତ୍ରା ୱାର୍ଡ ମେମ୍ବର ବୈସଖୁ ମାଝି, ଅର୍ଜୁନ ଭତ୍ରା ସଂଵାରୁ ଭତ୍ରା ଫେରାର ଥିବା ପୋଲିସ ସୂଚନା ଦେଇଛି | ତେବେ ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଉତେଜନା ଦେଖାଯିବା ସହ ମୃତକ ପରିବାରକୁ ୫ଲକ୍ଷ ଟଙ୍କା, ଗୁରୁତରଙ୍କୁ ୨ଲକ୍ଷ ଟଙ୍କା କ୍ଷତି ପୂରଣ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସି |

Comments are closed.