Related Contents

ମିଶନ ଶକ୍ତି ମାଧ୍ୟମରେ ସରକାରଙ୍କ ସଚେତନ କାର୍ଯ୍ୟକ୍ରମ

କୋଲନରା (ଗୋଇପୀନାଥ କାନ୍ଦାଗିରି): ରାୟଗଡା ଜିଲ୍ଲା କୋଲନରା ଵ୍ଲକ କୈଳାସ ପୂର ପଞ୍ଚାୟତ ସାରାବୁଗୁଡା ଗ୍ରାମରେ ସରକାରଙ୍କ ତରଫରୁ ମିଶନ ଶକ୍ତି ମାଧ୍ୟମରେ SHG.ର ମହିଳା ମାନଙ୍କୁ ସଶକ୍ତି କରଣ ନିମନ୍ତେ ସଚେତନତା କରାଯାଇଥିଲା ।

ଏହି କାର୍ଯ୍ୟ କ୍ରମରେ ଗ୍ରାମର ୩ଟି ମହିଳା ମଣ୍ଡଳର ମହିଳା ମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଆଜି ଭିଡ଼ିଓ ପ୍ରଦର୍ଶନ କରି ଅନ୍ୟାନ୍ୟ ଦଳ ଗୁଡ଼ିକର ସଫଳତା ଵିଷୟରେ ବୁଝାଇ ଦିଆଯାଇଥିଲା | ମହିଳା ମାନଙ୍କୁ କେତେକ ଖେଳ ପ୍ରତିଯୋଗିତା କରି ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ପରିଦର୍ଶିକ। ଶ୍ରୀମତୀତୃପ୍ତିଲତା ମହାନ୍ତି ସମ୍ପାଦନ କରିଥିଲେ ଏବଂ ଆଇସିଡିଏସ ଅଙ୍ଗନବାଡି କର୍ମୀ ଶ୍ରୀତୀ ସୁଲୋଚନା ପାତିକା ଆଉ ସାନ ଖିଲାପଦର ଅଙ୍ଗନଵାଡି କର୍ମୀ ନୀରୁପମା ସହ ଯୋଗ କରିଥିଲେ । ଏହି କାମ ପାଇଁ ସରକାରଙ୍କ ସ୍ଵତନ୍ତ୍ର ଭାଵେ ଭୁବନେଶ୍ୱର ଗୋଟିଏ ଗାଡି ଆସି କୋଲନରା ବ୍ଲକର ପ୍ରତ୍ୟେକ ଅଙ୍ଗନଵାଡି କେନ୍ଦ୍ରମାନଙ୍କରେ ଵୁଲି ବୁଲି କାମ କରୁଥିବା କଥା ମିଶନ ଶକ୍ତିର ସୁପରଭାଇଜର କହିଲେ ।

Comments are closed.