Related Contents

ମାଆ ସାମ୍ନାରୁ ମେଡିକାଲରୁ ଛୁଆ ଚୋରି-ପାଟଣାଗଡ଼

ପାଟଣାଗଡ଼ (ଭୋଜରାଜ ବରିହା): ମାଆ ସାମ୍ନାରୁ ମେଡିକାଲରୁ ଛୁଆ ଚୋରି । ଏଭଳି ଅଭିଯ଼ୋଗ ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ।

ମେଡିକାଲରେ ଚିକିତ୍ସିତ ହେଉଥିବା ଘସିଏନ ଗାଁର ଜୟନ୍ତୀ ତାଣ୍ଡି ତାଙ୍କ ଶିଶୁପୁତ୍ର ଚୋରି ହୋଇ ଯାଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜଣେ ଅଚିହ୍ନା ମହିଳା ଦିନ ପ୍ରାୟ ୧୧ଟା ସମୟରେ ଓ୍ବାର୍ଡକୁ ଆସି ଜୟନ୍ତୀଙ୍କ ପାଖେ ବସିବା ସହ ସ୍ବାସ୍ଥ୍ୟ।ବସ୍ଥା ପଚାରି ବୁଝିଥିଲେ । ଶିଶୁପୁତ୍ରକୁ ଧରିବା ସହ ୧୦୦ଟଙ୍କା ମୁହଁ ଦେଖା ଦେଇଥିଲେ । ସ୍ବାମୀ ଓ ଶ୍ବଶୁର ନଥିବାର ସୁଯ଼ୋଗ ନେଇ ମହିଳା ଜଣଙ୍କ ଛୁଆକୁ ଖେଳାଇବା ବାହାନାରେ ବାହାରକୁ ନେଇ ଚମ୍ପଟ ମାରିଥିବା ଅଭିଯ଼ୋଗ ହୋଇଛି । ଘଟଣା ପରେ ମେଡିକାଲରେ ଉତ୍ତେଜନା ଲାଗି ରହିଛି । ପାଟଣାଗଡ଼ ପୋଲିସ ଅଭିଯ଼ୋଗର ତଦନ୍ତ କରୁଛି । ତେବେ ମେଡିକାଲରେ ଲାଗିଥିବା ସିସିଟିଭି ଠିକ୍‌ ଭାବେ କାର୍ଯ୍ୟକରୁ ନଥିବାରୁ ଦୋଷୀକୁ ଚିହ୍ନଟ କରିବାରେ ଅସୁବିଧା ହେଉଛି । ଉପଖଣ୍ଡ ଚିକିତ୍ସାଧିକାରୀ ସିସିଟିଭି କାମ କରୁନଥିବା କଥାକୁ ମାନୁଥିବା ବେଳେ ଛୁଆ ଚୋରି ପାଇଁ ପରିବାର ଲୋକଙ୍କ ଅସାବଧାନତାକୁ ଦାୟୀ କରିଛନ୍ତି । ଉତ୍ତ୍ୟକ୍ତ ଲୋକ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କରିଛନ୍ତି ।

Comments are closed.