Friday, March 29, 2024

Top 5 This Week

Related Posts

ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣପୁର, (୧/୪) : ଗୁଣପୁର ଉପଖଣ୍ଡ ରେ ଉତ୍କଳ ଦିବସ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି l ଅତିଥି ଭାବରେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଗୁଣପୁର ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନ, ଡେପୁଟି କଲେକ୍ଟର ଶ୍ରୀ ନିରଞ୍ଜନ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ରାଜେନ୍ଦ୍ର ଚୌଧୁରୀ ମଞ୍ଚାସିନ ଥିଲେ lcaa26ed7 82b1 43d2 959f 0c2c11086ed1 ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ

ମଞ୍ଚାସୀନ ଅତିଥି ନିଜ ଅଭିଭାଷଣରେ ଭାଷା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେବା ଉଚିତ, ଓଡିଆ ଭାଷାରେ କଥା ହେବା, ଏହି ଦିନଟି ସମଗ୍ର ଓଡ଼ିଆ ଙ୍କ ପାଇଁ ଏକ ଗର୍ବ ଓ ଗୌରବ ର ଦିନ ବୋଲି କହିଥିଲେ ଓ ଓଡ଼ିଶା ର ବୀର ପୁରୁଷ ମାନଙ୍କୁ ସ୍ମୃତି ଚାରଣ କରିଥିଲେ l ପ୍ରଥମେ ବୀର ପୁରୁଷ ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଉପଖଣ୍ଡ ସାଧାରଣ ସଭା ଓ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା l0ab81593 b4f6 4746 9c83 40d08a7f360e ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ

ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ସଂଯୋଜନା କରିଥିଲେ l ଶେଷରେ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ଅଚାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଶ୍ରୀ ଧନଞ୍ଜୟ ବେହେରା ଓ ଶ୍ରୀ ଅନନ୍ତ ପାତ୍ର ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles