ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣପୁର, (୧/୪) : ଗୁଣପୁର ଉପଖଣ୍ଡ ରେ ଉତ୍କଳ ଦିବସ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି l ଅତିଥି ଭାବରେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଗୁଣପୁର ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନ, ଡେପୁଟି କଲେକ୍ଟର ଶ୍ରୀ ନିରଞ୍ଜନ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ରାଜେନ୍ଦ୍ର ଚୌଧୁରୀ ମଞ୍ଚାସିନ ଥିଲେ l
ମଞ୍ଚାସୀନ ଅତିଥି ନିଜ ଅଭିଭାଷଣରେ ଭାଷା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେବା ଉଚିତ, ଓଡିଆ ଭାଷାରେ କଥା ହେବା, ଏହି ଦିନଟି ସମଗ୍ର ଓଡ଼ିଆ ଙ୍କ ପାଇଁ ଏକ ଗର୍ବ ଓ ଗୌରବ ର ଦିନ ବୋଲି କହିଥିଲେ ଓ ଓଡ଼ିଶା ର ବୀର ପୁରୁଷ ମାନଙ୍କୁ ସ୍ମୃତି ଚାରଣ କରିଥିଲେ l ପ୍ରଥମେ ବୀର ପୁରୁଷ ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଉପଖଣ୍ଡ ସାଧାରଣ ସଭା ଓ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା l
ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ସଂଯୋଜନା କରିଥିଲେ l ଶେଷରେ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ଅଚାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଶ୍ରୀ ଧନଞ୍ଜୟ ବେହେରା ଓ ଶ୍ରୀ ଅନନ୍ତ ପାତ୍ର ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l