Related Contents

ବରୀରେ ଅଭାଭନୀୟ ଘଟଣା ୭୦ ବର୍ଷ ବୟସ ରେ ଦୁଷ୍କର୍ମ ଅଭିଯୋଗ ଓ ଗିରଫ

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ବରୀ ରେ ଘଟିଛି ଏକ ଅଭାଭନୀୟ ଘଟଣା ଯାହାକି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲା ଭଳି ଘଟଣା।

ବରୀ ରାମଚନ୍ଦ୍ର ପୁର ଥାନା ଅଧିନ ରେ ଜଣେ ୭୦ ବର୍ଷିଆ ବୃଦ୍ଧ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସୋମବାର ବରୀ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ନାବାଳିକା ଜଣକ ଏକୁଟିଆ ଥିବା ବେଳେ ପଦ୍ମନାଭ ପଣ୍ଡା (୭୦) ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବୃଦ୍ଧ ଜଣଙ୍କୁ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲଣ କରାଯାଇଛି ।

ଏ ନେଇ ବରୀ ଥାନା ପାଖରୁ ଏକ ମାମଲା କେସ ନଂ ୩୪/୧୯ ରୁଜୁ କରାଯାଇଛି ବୋଲି ବରୀ ଥାନା ଅଧିକାରୀ ଚକ୍ରପତି କୁଅଁର ତଦନ୍ତ କରି ବୃଦ୍ଧଙ୍କୁ ଗିରଫ କରିବା ପରେ କୋର୍ଟ ଚାଲଣ କରିଥିବା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Comments are closed.