Advertisements
Saturday, July 4, 2020
Home Cultural & Festival ବୈପାରୀଗୁଡା ପଂଚାୟତ ସମିତି ତରଫରୁ ପଞ୍ଚାୟତରାଜ ଦିବସ ପାଳନ

ବୈପାରୀଗୁଡା ପଂଚାୟତ ସମିତି ତରଫରୁ ପଞ୍ଚାୟତରାଜ ଦିବସ ପାଳନ

ବୈପାରିଗୁଡା (ଏନ.ସନ୍ତୋଷ): କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ପରିସରରେ ପଞ୍ଚୟତିରାଜ ଦିବସ ସମାରୋହରେ ପାଳିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଭାଗୀରଥି ମୁର୍ଜିଆ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଗୁପ୍ତା, ନବରଙ୍ଗପୁର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସାଥିରାମ ନାୟକ ଯୋଗ ଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ଏହା ପରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମହିଳାମାନଙ୍କ ସହ ସିଧାସଳଖ କଥା ହୋଇଥିଲେ । ଏହା ପରେ ଅତିଥିମାନେ ଉପସ୍ଥିତ ଥିବା ମହିଳାମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡାର ନୂତନ ବିଡିଓ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୈପାରିଗୁଡାସ୍ଥିତ ପୂଜା ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟାଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚୟତରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ୨ହଜାରରୁ ଊର୍ଦ୍ଧ୍ଵ ମହିଳା ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: