Related Contents

ବ୍ଲକ ସ୍ତରୀୟ ପଂଚାୟତରାଜ ଦିବସ ସମାରୋହ ପାଳିତ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକରେ ପଞ୍ଚାୟତରାଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି |

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପୁଲବାମରେ ସହିଦଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ | ପ୍ରାରମ୍ଭରେ ଶ୍ରୀମତୀ ଟେଭା ଶଗରିଆ ଦେଶାତ୍ମକ ଗୀତ ଗାଇ ସମସ୍ତଙ୍କୁ ମନମୁଗ୍ଧ କରିଥିଲେ | ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ସମ୍ମାନୀୟ ଅତିଥି ଉପଧକ୍ଷ୍ୟା ସୁନ୍ଦରମତୀ ବାଗ, ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ବେହେରା, ଜିପିଓ ନୀଳକଣ୍ଠ କଳସାଏ, ମୁଖ୍ୟ କିରାଣୀ ନରେନ୍ଦ୍ର ରାୟ, ସମିତି ସଭ୍ୟ ମଧୁସୂଦନ ମହାନନ୍ଦ, କୃପା ଭୋଇ, ଯଦୁ ମହାନନ୍ଦ, ସାଂସଦ ପ୍ରତିନିଧି ନିମାଇଁ ଚରଣ ବଘାର, ଗୌତମ ଖେତୀ, ବି ପି ଏ ମ. ଓ ବ୍ରଜକିଶୋର ସ୍ୱାଇଁ, ସରପଂଚ ଭକ୍ତବନ୍ଧୁ ଛତ୍ରିଆ, ଗୁପ୍ତେଶ୍ୱର ସାହୁ, ଅଗସ୍ତି ବାଗ, ୨୨ଟି ପଂଚାୟତର, ଅଙ୍ଗନବାଡ଼ି, ଏସ ଏସ ଜି ସମସ୍ତ ବ୍ଲକ ସ୍ତରୀୟ ବିଭାଗ କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଶ୍ରୀ କଳସାଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |

କାର୍ଯ୍ୟକ୍ରମରେ ସମିତି ସଭ୍ୟ, ସରପଞ୍ଚ, ଏସ ଏସ ଜି ଓ ମିଡ଼ିଆଙ୍କୁ ଉପୋଢକନ ଓ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ଜୈନ ମହିଳା ମାନଙ୍କୁ ଦୁର୍ଗା ରୂପରେ ଅବତାର ହୋଇ ଅନ୍ୟାୟ କୁ ବିନାଶ କରିବାକୁ ଆହ୍ୱାନ କରିଥିଲେ | ଆମ ସରକାର ମହିଳାଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କରିଛନ୍ତି | ସମସ୍ତେ ତାହାର ସୁଯୋଗ ନେବାପାଇଁ ତାଙ୍କର ବକ୍ତ୍ୟବ୍ୟରେ କହିଥିଲେ | ଶ୍ରୀ କାଳସାଏ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.