Related Contents

ଜୟପୁରରେ ପଞ୍ଚାୟତିରାଜ ଦିବସ ପାଳିତ

ଜୟପୁର(ସୌମ୍ୟରଂଜନ ସାହୁ): ସ୍ଥାନୀୟ ବିଜେଡି କାର୍ଯ୍ୟାଳୟଠାରେ ଆଜି ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି |

ଆଜିର ଏହି ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନନ୍ଦଙ୍କ ଉପସ୍ଥିତିରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଓଡିଶା ପ୍ରତି, ଓଡ଼ିଆ ଜାତିଙ୍କ ପ୍ରତି ଥିବା ସ୍ବପ୍ନ ବିଷୟରେ ଆଲୋକପାତ କରିଥିଲେ | ସ୍ବର୍ଗତ ପଟ୍ଟନାୟକଙ୍କ ସ୍ବପ୍ନ ଥିଲା ଓଡିଶା ଓ ଓଡ଼ିଆଙ୍କୁ ଶ୍ରେଷ୍ଠ ଭାବେ ସାରା ଦେଶରେ ପରିଚିତ କରାଇବା | ସେ ସବୁବେଳେ ଓଡ଼ିଆ ପୁଅଝିଅଙ୍କୁ ଯେପରି ଶ୍ରେଷ୍ଠ ମାନ୍ୟତା ମିଳିପାରିବ ତାପ୍ରତି ସର୍ବଦା ଚେଷ୍ଟା କରୁଥିଲେ | ତାଙ୍କ ସଂଘର୍ଷ ମୟ ଜୀବନ କାଳ ଭିତରେ ଓଡିଶା ପ୍ରତି ଓ ଓଡ଼ିଆ ଜାତିପ୍ରତି ତାଙ୍କର ଅବଦାନ ଯୁଗଯୁଗ ଯାଏ ଲୋକେ ମନେ ରଖିବେ ବୋଲି କହିଥିଲେ | ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ ସ୍ବର୍ଗତ ବିଜୁବାବୁଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଆଜିର ଏହି ସଭାରେ ବିଜେଡି ବହୁ ନେତା କର୍ମୀ ଉପସ୍ଥିତ ଥିଲେ | ସେମାନେ ହେଲେ ଵାଲା ରାୟ, ମୁନ୍ନା ରଥ, ରାମ ମିଶ୍ର, ସୁଧୀର ତ୍ରିପାଠୀ, ସରୋଜ ଦାସ, ଗୁପ୍ତେଶ୍ୱର ବିଶୋଇ, ଶିବ ପଟ୍ଟନାୟକ, ସୁନୀଲ ପଟ୍ଟନାୟକ, ବିନ୍ଦୁ ରାଣୀ ମିଶ୍ର, ଧର୍ମେନ୍ଦ୍ର ଅଧିକାରୀ ଆଦି |

Comments are closed.