ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କୁ ସାହାଯ୍ୟ କରିଥିବା ଯୁବକମାନଙ୍କୁ ବୌଦ୍ଧ ଜିଲ୍ଲାପାଳଙ୍କ ୨୦୦୦ ଟଙ୍କାର ଚେକ୍ ପ୍ରଦାନ

0
192
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୩୧/୦୩) : ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗୁଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବେ “ରକ୍ଷକ‘ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କ ପାଇଁ ପ୍ରଥମ ଗୋଟିଏ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ପ୍ରାଥମିକ ଚିକିତ୍ସା ତୁରନ୍ତ କରାଗଲେ ମୃତ୍ୟୁହାର ଯଥେଷ୍ଟ କମିବାର ସମ୍ଭାବନା ରହିଛି ।WhatsApp Image 2022 04 01 at 8.14.21 AM ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କୁ ସାହାଯ୍ୟ କରିଥିବା ଯୁବକମାନଙ୍କୁ ବୌଦ୍ଧ ଜିଲ୍ଲାପାଳଙ୍କ ୨୦୦୦ ଟଙ୍କାର ଚେକ୍ ପ୍ରଦାନ

ତେଣୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ପାଇଁ ୨୦୦୦ ଟଙ୍କା ପୁରସ୍କାର ରାଶି ଜିଲ୍ଲା ଆଞ୍ଚଳିକ ପରିବହନ ତରଫରୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ବୌଦ୍ଧ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ସଡ଼କ ଦୁର୍ଘଟଣା ଘଟି ଚାଲିଛି । ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିବା ୪ ଜଣ ଯୁବକଙ୍କୁ ଆଜି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୨୦୦୦ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିଛନ୍ତି ।

ଚେକ୍ ପ୍ରଦାନ ସମୟରେ ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ର, ଅତିରିକ୍ତ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସାଲମୁଖ ମୁର୍ମୁ, ସୁରେଶ ଚନ୍ଦ୍ର ମେହେର ଉପସ୍ଥିତ ଥିଲେ । ୪ ଜଣ ଯୁବକ ସୁମନ୍ତ ମେହେର, ବିକାଶ ମହାଲିକ, ରଞ୍ଜନ ନାଏକ, ଅନ୍ତର୍ଯ୍ୟାମୀ କୁମ୍ଭାର ଙ୍କୁ ଜିଲ୍ଲାପାଳ ଭୂରି ଭୂରି ପ୍ରଶଂସା କରିବା ସହିତ ଏଭଳି ମହାନ୍ କାର୍ଯ୍ୟ ଜାରି ରଖିବା ପାଇଁ ଉପଦେଶ ଦେଇଥିଲେ ।