ସରକାରୀ କାର୍ଯ୍ୟାଳୟ ରେ ସର୍ବାଧିକ ତାପମାତ୍ରା ଯୋଗୁଁ ଆଖୁରସ ପାର୍ଟି ଅଭିଯୋଗ

0
133
ସରକାରୀ କାର୍ଯ୍ୟାଳୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର/ବଲାଙ୍ଗୀର, ତା(୩୧/୦୩) : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ତାପମାତ୍ରା ତାଲିକାଭୁକ୍ତ ହୋଇଥିବା ଓ ଅତୀତ ରେ ୫୦ ଡିଗ୍ରୀ ରେକର୍ଡ କରାଯାଇ ପ୍ରସିଦ୍ଧ ଥିବା ତତଲାଗଡ଼ ରୂପେ ପରିଚିତ ଟିଟିଲାଗଡ଼ ସହର ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ଟିଟିଲାଗଡ଼ ଉପଖଣ୍ଡ ବଲାଙ୍ଗୀର ଜିଲ୍ଲା ସ୍ତରରେ ୟେଲୋ ୱ।ର୍ଣିଙ୍ଗ ଜାରି କରାଯାଇଛି । ଏହି ପରିସ୍ଥିତିରେ ଆଖ ପାଖ ତଥା ଦୂର ଦୁରାନ୍ତ ରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ଆସୁଥିବା ବେଳେ ସେଠି କର୍ମଚାରୀ ଙ୍କ ଖାମ ଖିଆଲ ମନୋଭାବ ଯୋଗୁଁ ଅସନ୍ତୋଷ ସୃଷ୍ଟି ହୋଇଛି । WhatsApp Image 2022 04 01 at 8.12.12 AM ସରକାରୀ କାର୍ଯ୍ୟାଳୟ ରେ ସର୍ବାଧିକ ତାପମାତ୍ରା ଯୋଗୁଁ ଆଖୁରସ ପାର୍ଟି ଅଭିଯୋଗ

ପ୍ରକାଶ ଯେ, ଟିଟିଲାଗଡ଼ ଉପଖଣ୍ଡ ର ଆକାର ଓ ଆୟତନ ସର୍ବାଧିକ ରହିଛି କିନ୍ତୁ ସେ ଦୃଷ୍ଟି ରେ ରାଜସ୍ୱ ନିରୀକ୍ଷକ ଙ୍କ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ର କର୍ମଚାରୀ ତଥା ରାଜସ୍ୱ ନିରୀକ୍ଷକ ଙ୍କ ସ୍ୱତନ୍ତ୍ର ପ୍ରକୋଷ୍ଠ ଟିଏ ନାହିଁ । ମାତ୍ର ଦୁଇ ରୁ ତିନି ଜଣ ବସି କିଏ କେଉଁ ଦାୟୀତ୍ୱ ରେ କିଭଳି କାର୍ଯ୍ୟ ସମ୍ପାଦନ କରୁଛି ତାହା ସାଧାରଣ ପାଇଁ ସମସ୍ୟା ସୃଷ୍ଟି କରିଛି । ସେ ଯାହା ହେଉ ଉକ୍ତ ସରକାରୀ କାର୍ଯ୍ୟାଳୟ କୁ ସାଧାରଣ ଯାଇ ଦୀର୍ଘ ସମୟ ଧରି ବିନା କାରଣରେ ଜଗିରହି ଥିବା ଓ କର୍ମଚାରୀ ତାଙ୍କ ମୋବାଇଲ ଓ ଗୁଲି ଗପ, ମୋବାଇଲ ଖେଳ ଚାଲିବା ସହ ବାରମ୍ବାର ଆକୁଳ ନିବେଦନ କରୁଥିବା ସଧାରଣ ବ୍ୟକ୍ତି କିଛି ଖର୍ଚ୍ଚ ଦେବାକୁ ଗୁହାରି କରିଦେଲେ ତୁରନ୍ତ କାମ ହୋଇଯାଉଛି ।

ପ୍ରକାଶ ଯେ, ସାଧାରଣ ଙ୍କୁ ବିନା କୌଣସି ପ୍ରକାର କାରଣ ଥାଇ ନା ନା ଆଳରେ ଦିନ ଗଡେଇବା ଓ ଦାବୀ ମୁତାବକ ଅର୍ଥ ଆଦାୟ କରିବା ପରି ଗୁରୁତର ଅଭିଯୋଗ ହୋଇଛି । ଏପରିକି ଜଣେ ବ୍ୟକ୍ତି ତାଙ୍କ କାର୍ଯ୍ୟ ନିମନ୍ତେ ଧାଇଁ ଧାଇଁ ନିରାଶ ହୋଇ ବଡ କଷ୍ଟରେ କାର୍ଯ୍ୟ ଶେଷ କରିଦେଇଥିବା ଉକ୍ତ କର୍ମଚାରୀ ଙ୍କୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଖୁ ରସ ପାର୍ଟି କରିବା ପରି ଘଟଣା ନଜର କୁ ଆସିଛି ।

ଉକ୍ତ ବ୍ୟକ୍ତି ଅର୍ଥ ଦେବା ସହ ଉକ୍ତ ଆବେଦନ କରିଥିବା ନକଲ କପି ପାଇଁ ଆଖୁରସ ଜରୁରୀ ବୋଲି ପ୍ରକାଶ କରି ତଥା ଅଣେଇ ପାର୍ଟି କରାଯାଇଥିଲା । ଏହି କାର୍ଯ୍ୟାଳୟ ଅବସ୍ଥା ଓ କର୍ମଚାରୀ ଙ୍କ ଦୁର୍ବ୍ୟବହାର କରାଯିବା ଏଇ ବାରମ୍ବାର ଅଭିଯୋଗ ହୋଇଆସୁଛି ।

ଏ ନେଇ ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ସହ ସାଧାରଣ ଏପରି ହଟହଟା ଓ ଦୁର୍ଦ୍ଦଶା ର ଶିକାର ନ ହେବେ ସେ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।