Advertisements
Thursday, July 2, 2020
Home Cultural & Festival ମୀନଝୋଲାରେ ଲକ୍ଷରୁ ଉର୍ଦ୍ଧ ଶିବଭକ୍ତଙ୍କ ସମାଗମ

ମୀନଝୋଲାରେ ଲକ୍ଷରୁ ଉର୍ଦ୍ଧ ଶିବଭକ୍ତଙ୍କ ସମାଗମ

ଚନ୍ଦ୍ରପୁର,ରାୟଗଡା(ଅମୁଲ୍ୟ ନିଶଙ୍କ/କୈଳାଶ ମାଳବିଶୋୟୀ): ରାୟଗଡ଼ ଜ଼ିଲ୍ଲାର ପାହାଡ଼ ପର୍ବତ ଘେରା ପ୍ରାକୃତିକ ପରିବେଶରେ ଅବସ୍ଥିତ ଚନ୍ଦ୍ରପୁର ବ୍ଲକ ଅଧିନସ୍ଥ ହନୁମନ୍ତପୁର ପଂଚାୟତର ବଂଶଧାରା ଚାଉଳଧୂଆ ଫଳଫଳିଅ ତିନୋଟି ନଦୀର ସଙ୍ଗମ ସ୍ଥଳରେ ଶିବ ଭଗବାନ ମୀନ ମାଛ ରୂପେ ମୀନଝୋଲାରେ ଶିବରାତ୍ରି ଦିନ ଭକ୍ତଙ୍କୁ ଦର୍ଶନ ଦିଅନ୍ତି |

ଆଜିର ଏହି ପବିତ୍ର ମହାଶିବରାତ୍ରିରେ ସୁଦୂର ଆନ୍ଧ୍ର ପ୍ରଦେଶ ଛତିଶଗଡ ଝାରଖଣ୍ଡ ସମତେ ଓଡ଼ିଶାର ଗଜପତି କଳାହାଣ୍ଡି କନ୍ଧମାଳ ବୌଧ ଗଂଜାମ କୋରାପୁଟ ମାଲକାନଗିରି ଜ଼ିଲ୍ଲାରୁ ଲକ୍ଷାଧିକ ଶିବଭକ୍ତଙ୍କ ସମାଗମରେ ଶିବରାତ୍ରି ପାଳିତ ହୋଇଯାଇଛି | ଏହିଠାରେ ପୂଜାର୍ଚନାକଲେ ଲୋକଙ୍କ ମାନସିକ ପୁରଣ ହୋଇଥାଏ ବୋଲି ବିସ୍ଵାଶ ରହିଆସିଛି | ଏହି ପଵିତ୍ର ଦିନରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ମାନସିକ ରଖି ମୁଣ୍ଡନ କରିଥାନ୍ତି | ଆଜି ପ୍ରାୟ ୫୦୦୦ରୁ ଉର୍ଧ ଭକ୍ତ ମୁଣ୍ଡନ କରିଛନ୍ତି | କିଏ ତ ମାନସିକ ରଖି ମୁଣ୍ଡନ କରିଛନ୍ତି କାହାର ତ ମାନସିକ ପୂରଣ ହୋଇଛି ସିଏ ମୁଣ୍ଡନ କରିଛି | ଭକ୍ତ ମାନେ ଏହି ଯାତ୍ରାର ଦୁଇ ଦିନ ପୂର୍ବରୁ ଆସି ବଂଶଧାରା ବଳି ପଡିଆରେ ଗଛ ଡାଳରେ କୁଡ଼ିଆ ମାନ ନିର୍ମାଣ କରି ରହିଥାନ୍ତି | ସ୍ଥାନୀୟ ମୁନିଗୁଡା, ଚନ୍ଦ୍ରପୁର ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ୮ମ ବାଟାଲିୟନ ମୁନିଗୁଡାର ଯବାନ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଯିତ ହୋଇଥାନ୍ତି | ଯଦ୍ୱାରା ଭକ୍ତ ଅସୁବିଧା ହେଲେ ମଧ୍ୟ ଭଗବାନଙ୍କ ଦର୍ଶନ କରିପାରନ୍ତି |

ଗତ ବର୍ଷର ଦୁର୍ଘଟଣାରେ ଦୁଇ ଜଣ ଶ୍ରଦ୍ଧାଳୁ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ | ତାହାକୁ ଆଖିଆଗରେ ରଖି ପୋଲିସ ବିଭାଗ ତରଫରୁ ବିପଦ ପୂର୍ଣ୍ଣ ସ୍ଥାନରେ ବେରିକେଟ ମାନ ନିର୍ମାଣ କରି ପୋଲିସ ଜଗିରହିଥିଲେ | ଚନ୍ଦ୍ରପୁର ଆଇ ସି ଡ଼ି ଏସ ତରଫରୁ ଏକ ସଚେତନ ଷ୍ଟଲ ଖୋଲାଯାଇଥିଲା | ସେହିପରି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଭକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରୁଥିଲେ | ଲକ୍ଷାଧିକ ଭକ୍ତଙ୍କ ପିଇବା ନିମନ୍ତେ ପ୍ରସାଶନ ତରଫରୁ ମାତ୍ର ୪ଗୋଟି ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଇଦିଆଯାଇଥିଲା ଯଦ୍ୱାରା ପିଇବା ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ରାତ୍ର ଯାପନ ସମୟରେ ଆଲୋକ ବ୍ୟବସ୍ଥା ସଠିକ ନଥିବାରୁ ଚୋରି ହାରି ମଧ୍ୟ ହେବାର ଦେଖିବାକୁ ମିଳିଛି | ଏହି ମୀନଝୋଲାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି କିନ୍ତୁ ପର୍ଯ୍ୟଟକ ନିମନ୍ତେ କୌଣସି ମୌଳିକ ସୁବିଧା ନଥିବାରୁ ଦର୍ଶକ ବହୁ ଅସୁବିଧାର ସମ୍ମୁଖୀନ ହେବାର ଅଭିଯୋଗ କରିଛନ୍ତି | ଦର୍ଶକଙ୍କ ଅଭିଯୋଗ ନେଇ ଯେତେବେଳେ ବିଡ଼ିଓଙ୍କୁ ଯୋଗଯୋଗ କରିବାରୁ ହାଲକା ଭାବେ କହିଦେଲେ ଆମେ ସମସ୍ତ ପଦକ୍ଷେପ ନେଉଛୁ ଆସ୍ତେ ଆସ୍ତେ ପୂରଣ ହେବ | ଏହି ମୀନଝୋଲା ଠାରେ ସ୍ଥାୟୀ ବିଜୁଳି ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ କରିବାନିମନ୍ତେ ଭକ୍ତ ମାନେ ଦାବିକରିଛନ୍ତି |

ଏଠି ପ୍ରତି ଜ଼ିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ନିବେଦନ କରିଛନ୍ତି | ସେହିପରି ଭଗବାନଙ୍କ ଦର୍ଶନ ନିମନ୍ତେ ବେରିକେଟ ବ୍ୟବସ୍ତା କଲେ ଭକ୍ତ ସୁରୁଖୁରୁରେ ଦର୍ଶନ କରି ପାରିବେ ବୋଲି ପୋଲିସ ବିଭାଗକୁ ନିବେଦନ କରିଛନ୍ତି | ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ସାଙ୍ଗକୁ ସି ଆର ପି ଏଫ ଯବାନ ମୁତୟନ କରାଯାଇଥିବା ଚନ୍ଦ୍ରପୁର ଆଇ ଆଇ ସି ଯଶବନ୍ତ ହିଆଲ କହିଛନ୍ତି | ଏହି ଯାତ୍ରାରେ ଚନ୍ଦ୍ରପୁର ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ, ତହସିଲଦାର ଏକ୍କା, ରାଜସ୍ବ ନିରୀକ୍ଷକ ଵପୁନ କୁମାର ବେହେରା, ସୁପରଭାଇଜର ବାଳକୃଷ୍ଣ ପ୍ରଧାନ, ଗୁଡାରି ତହସିଲଦାର ଭାରତୀ ଦେବୀ ସହଯୋଗ କରି ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପରିଚାଳନା କରିଥିଲେ | ଏହି ଶିବରାତ୍ରି ଯାତ୍ରା ଉପଲକ୍ଷେ ଗୁଡାରି ଗ୍ରାମର ମୀନକେତନ ଅନ୍ନଛତ୍ର ସଂଘ ଦ୍ୱାରା ଭକ୍ତଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: