Advertisements
Saturday, July 4, 2020
Home Business & Private ଇମ୍ଫାରେ ୪୮ତମ ସୁରକ୍ଷା ସପ୍ତାହ ଉଦ୍ଦଘାଟିତ

ଇମ୍ଫାରେ ୪୮ତମ ସୁରକ୍ଷା ସପ୍ତାହ ଉଦ୍ଦଘାଟିତ

ଥେରୁବାଲି, ରାୟଗଡା (ଅମୁଲ୍ୟ ନିସଙ୍କ / ଗୋପୀନାଥ ଗୌଡ଼): ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ୪୮ତମ ସୁରକ୍ଷା ସପ୍ତାହ ଉଦ୍ଦଘାଟିତ ହୋଇଯାଇଛି ।

ଇମ୍ଫା କାରଖାନାର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ କେ ଭି ରାଓଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା କାରଖାନା ଓ ବାଷ୍ପିୟ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ କୁମାର ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁରକ୍ଷା ସପ୍ତାହର ଶୁଭ ଉଦଘାଟନ କରିଥିଲେ । ଶ୍ରୀ ଡି ଡି ନାଏକ, ଶ୍ରୀ ଏସ୍ କେ ଶର୍ମା ଶ୍ରୀ ଜେ ଏସ୍ କୁମାର ଉପସ୍ଥିତ କର୍ମଚାରୀ ମାନଙ୍କୁ ଓଡିଆ, ହିନ୍ଦୀ ଓ ଇଂରାଜୀରେ ସୁରକ୍ଷା ସମ୍ବନ୍ଧୀୟ ଶପଥ ପାଠ କରାଇଥିଲେ । ଏହି ବର୍ଷର ସୁରକ୍ଷା ବାର୍ତ୍ତା “ରାଷ୍ଟ୍ର ନିର୍ମାଣ ନିମନ୍ତେ ସୁରକ୍ଷା ସଂସ୍କୃତି ବିକଶିତ କରନ୍ତୁ ଏବଂ ବଜାୟ ରଖନ୍ତୁ” ଙ୍କୁ ନେଇ ଆରମ୍ଭ ହୋଇଥିବା ସୁରକ୍ଷା ସପ୍ତାହ ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଇମ୍ଫା ଦ୍ଵାରା ନିଆଯାଉଥିବା ସୁରକ୍ଷା ପଦକ୍ଷେପକୁ ଭୁୟଂଶି ପ୍ରସଂଶା କରିବା ସଙ୍ଗେ ସଙ୍ଗେ ସମସ୍ତେ ସୁରକ୍ଷା ବିଷୟରେ ସଚେତନ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଇମ୍ଫା ଥେରୁବାଲିର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ରାଓ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ହୋଇ କାମ କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ସମ୍ବନ୍ଧୀୟ ସଚେତନ କରାଇ ପରିବାର ବର୍ଗଙ୍କ ସହ ଖୁସିରେ ରହିବା ପାଇଁ ଉପଦେଶ ଦେଇଥିଲେ । ଏହା ସହିତ କମ୍ପାନୀ ଦ୍ବାରା ନିଆଯାଇଥିବା ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପକୁ ସମସ୍ତେ ମାନି କାମକରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସପ୍ତାହ ବ୍ୟାପୀ ପାଳନ ହେଉଥିବା ସୁରକ୍ଷା ସପ୍ତାହ ଅବସରରେ ଇମ୍ଫାର ସମସ୍ତ କର୍ମଚାରୀ, ଗୃହିଣୀ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁରକ୍ଷା ସମ୍ବନ୍ଧୀୟ ଶଚେତନ ମୂଳକ ପ୍ରତିଯୋଗିତା ଏବଂ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। ଶ୍ରୀ କେ ଭି ରାଓ ଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ଶ୍ରୀ ଜେ ଏସ୍ କୁମାର ପରିଚାଳନା କରିବା ସହିତ ସୁରକ୍ଷା ବିଭାଗର ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: