ବ୍ଲକ ସ୍ତରୀୟ ମୃତ୍ତିକା ମେଳା ଅନୁଷ୍ଠିତ

0
170
ଵ୍ଲକ ସ୍ତରୀୟ ମୃତ୍ତିକା

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡା, (୩୧/୦୩) : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ମୃତ୍ତିକା ମେଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 03 31 at 11.38.50 AM ବ୍ଲକ ସ୍ତରୀୟ ମୃତ୍ତିକା ମେଳା ଅନୁଷ୍ଠିତ

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଆନୁକୁଲ୍ୟରେ ଆୟୋଜିତ ବ୍ଲକ ସ୍ତରୀୟ ମୃତ୍ତିକା ମେଳାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ ଉପାୟରେ କିପରି ମୃତ୍ତକାକୁ ବିଶୋଧନ କରି ଚାଷ ଉପଯୋଗୀ କରାଯାଇ ପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଏଡିଓ ଗୁଣପୁର ବିଷ୍ଣୁ ପ୍ରସାଦ ସାହୁ, କୃଷି ବିଜ୍ଞାନ କେନ୍ଦ୍ର ର ମୂଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ରାଜୀବ ଟୁଡୁ, କୃଷି ଅଧିକାରୀ କେ. ଧର୍ମାରାଜୁ, ନଵ ନିର୍ଵାଚିତା ବ୍ଲକ୍ ଅଧ୍ୟକ୍ଷା ଝିଲି ଶଵର, ଉପାଧ୍ୟକ୍ଷ ସୁଦର୍ଶନ ଶଵର, କୃଷକ ଉତ୍ପାଦକ ସଂଗଠନ ର ସୁମତି ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସମସ୍ତ ଅଧିକାରୀ ମୃତ୍ତିକା ର ସ୍ୱାସ୍ଥ୍ୟ ପରୀକ୍ଷା କରି ଚାଷ କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ।WhatsApp Image 2022 03 31 at 11.38.51 AM ବ୍ଲକ ସ୍ତରୀୟ ମୃତ୍ତିକା ମେଳା ଅନୁଷ୍ଠିତ

ଏଥିସହ ଜମିରେ ଜୈବିକ ସାର ପ୍ରୟୋଗ, ସମନ୍ୱିତ ସାର ପ୍ରୟୋଗ ସହ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆବଣ୍ଟନ ସମ୍ପର୍କରେ କାର୍ଯ୍ୟକ୍ରମରେ ଉପସ୍ଥିତ ଶତାଧିକ ଚାଷୀ ମାନଙ୍କୁ ଅତିଥି ମାନେ ଅବଗତ କରାଇଥିଲେ । ସେହିପରି କିପରି ଧନିଚା ଓ ଛଣି ଚାଷ ଦ୍ୱାରା ପ୍ରାକୃତିକ ଉପାୟରେ ଜମି ର ଉର୍ଵରତା ଓ ଉତ୍ପାଦିକା ଶକ୍ତି ବୃଦ୍ଧି କରାଯାଇ ମୃତ୍ତିକା ର ସ୍ୱାସ୍ଥ୍ୟ ଠିକ କରାଯାଇ ପାରିବ ସେ ବିଷୟରେ କୃଷକ ମାନଙ୍କୁ ଅବଗତ କରାଇ ସଚେତନ କରାଯାଇଥିଲା ।

ଗତ ୧୯ ଓ ୨୦ ତାରିଖରେ ରୁପା ପଦରକୁ ଏକ ପାଇଲଟ୍ ଭିଲେଜ ରୂପେ ନେଇ ସେଠାରେ ଏକ ସମାବେଶର ଆୟୋଜନ କରି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସ୍କିମ ସମ୍ପର୍କରେ ଚାଷିମାନଙ୍କୁ ସଚେତନତା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ସନ୍ତୋଷ କୁମାର ରଥ ପରିଚାଳନା କରିଥିବା ବେଳେ କୃଷକ ସାଥୀ, କୃଷି ବିଭାଗ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଚାଷି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ଚାଷିଙ୍କ ପାଇଁ ଉଦ୍ଦିଷ୍ଟ ଏହି ମୃତ୍ତିକା ମେଳା ଚାଷିମାନଙ୍କୁ କେତେ ସଚେତନ କରିପାରୁଛି ଦେଖିବାକୁ ବାକି ରହିଲା ।