Related Contents

ଗୁପ୍ତେଶ୍ୱର ଶୈବପୀଠରେ ମହାଶିବରାତ୍ରି ମେଳା ଅନୁଷ୍ଠିତ

ବୈପାରୀଗୁଡା (ଏନ.ସନ୍ତୋଷ): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ବହୁ ଆଡମ୍ବର ରେ ଆଜି ମହାଶିବରାତ୍ରି ମେଳା ଅନୁଷ୍ଠିତ ହୋଇଯାଇଛି |

ପଡୋଶୀ ରାଜ୍ୟ ଛତିଶ ଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ବହୁ ଦୂରରୁ ଆସିଥିବା ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି | ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଅସ୍ଥାୟୀ ବସଷ୍ଟାଣ୍ଡ କରାଯାଇଛି | ଠାକୁର ଦର୍ଶନ ପାଇଁ ଧାଡିରେ ଯିବା ବ୍ୟବସ୍ଥା କରାଯାଇଛି | ଶୃଙ୍ଖଳା ଦୃଷ୍ଟିରୁ ଗୁମ୍ଫା ଭିତରେ ପୋଲିସ ଓ ସ୍ବେଚ୍ଛାସେବୀ ଙ୍କୁ ଦାୟିତ୍ୱ ଦିଆଯାଇଛି | ମୁଖ୍ୟପୂଜକ କହିବା ଅନୁଯାୟୀ ଠାକୁରଙ୍କୁ ବିଭିନ୍ନ ପୂଜା ପଦ୍ଧତି କରାଯାଇଛି | ଏବଂ ଜାଗର ଅବସରରେ ହରିହର ଭେଟ ପାଇଁ ପ୍ରସ୍ତୁତି ଚାଲିଛି | ଜାଗର ଅବସରରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିବା ଦେବୋତ୍ତର ବିଭାଗ ସଭାପତି ନଟିଆ ନାୟକ ପ୍ରକାଶ କରିଛନ୍ତି | ସେହିପରି ନଦୀକୂଳରେ ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଆଖପାଖ ଅଂଚଳର ବିଭିନ୍ନ ସଂଗଠନର ସ୍ବେଚ୍ଛାସେବୀ ମାନେ ବିଭିନ୍ନ ଦାୟିତ୍ୱ ତୁଳାଉଥିବାର ଦେଖିବାକୁ ମିଳିଛି | ସେହିପରି ବୈପାରୀଗୁଡା ଅଂଚଳର ପଶ୍ଚିମେଶ୍ବର ମନ୍ଦିର, ଗୁମ୍ଫା ଶିବ ମନ୍ଦିର, ଗାଡପୁଟ ଶିବ ମନ୍ଦିର, ନୀଳକଣ୍ଠେଶ୍ଵର ଶିବ ମନ୍ଦିର, ଡୁଡୁମେଶ୍ୱର ମନ୍ଦିରରେ ମଧ୍ୟ ବହୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା | କେତେକ ସ୍ଥାନରେ ଜାଗର ସମୟରେ ନାଟକ, ଭଜନ ସମାରୋହ, ତଥା ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ପାଇଁ ପ୍ରସ୍ତୁତି ଚାଲିଛି |

Comments are closed.