Advertisements
Thursday, July 2, 2020
Home Cultural & Festival ପ୍ରୟାଗରାଜ କୁମ୍ଭ ମେଳା ୨୦୧୯ ଗିନିଜ ବିଶ୍ୱ ରେକର୍ଡସରେ ୩ଟି କ୍ଷେତ୍ରରେ ସ୍ଥାନ ପାଇଲା

ପ୍ରୟାଗରାଜ କୁମ୍ଭ ମେଳା ୨୦୧୯ ଗିନିଜ ବିଶ୍ୱ ରେକର୍ଡସରେ ୩ଟି କ୍ଷେତ୍ରରେ ସ୍ଥାନ ପାଇଲା

ନୂଆ ଦିଲ୍ଲୀ (ଓଡିଶା ନ୍ୟୁଜ୨୪): ତିନୋଟି କ୍ଷେତ୍ରରେ ପ୍ରୟାଗରାଜ କୁମ୍ଭ ମେଳା ୨୦୧୯ ଗିନିଜ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି । ଏଥିମଧ୍ୟରେ ରହିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ମୋ ସହରକୁ ରଙ୍ଗେଇବା କାର୍ଯ୍ୟକ୍ରମ ଅଧୀନରେ ସବୁଠୁ ବଡ଼ ସର୍ବସାଧାରଣ ସ୍ଥାନରେ ରଙ୍ଗେଇବା କାର୍ଯ୍ୟକ୍ରମ ଏବଂ ସବୁଠୁ ବଡ଼ ପରିମଳ ଏବଂ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ।

ଏହି ଉଦ୍ଦେଶ୍ୟରେ ଗିନିଜ ବିଶ୍ୱ ରେକର୍ଡସ୍ର ଏକ ୩ ଜଣିଆ ଦଳ ପ୍ରୟାଗରାଜ ପରିଦର୍ଶନରେ ଆସିଥିଲେ । ଫେବୃଆରୀ ୨୮ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଦଳର ସଦସ୍ୟମାନଙ୍କ ସମ୍ମୁଖରେ କରାଯାଇଥିଲା । ଦଳ ପାଇଁ ଫେବୃଆରୀ ୨୮ରେ ଥରକେ ପାଖାପାଖି ୫୦୩ଟି ସଟଲ ବସ୍ ରାଜପଥରେ ଯାତ୍ରୀ ସେବା ଆରମ୍ଭ କରିଥିଲା । ରଙ୍ଗ କରିବା କାମରେ ବହୁସଂଖ୍ୟକ ଲୋକ ମାର୍ଚ୍ଚ ୧ ତାରିଖରେ ସାମିଲ ହୋଇଥିଲେ । ପ୍ରୟାଗରାଜ କୁମ୍ଭ ପରିସରକୁ ସଫେଇ କରିବାରେ ୧୦ ହଜାର କର୍ମଚାରୀ ନିୟୋଜିତ ରହି ସେମାନଙ୍କ କର୍ତବ୍ୟ ସମ୍ପାଦନ କରିଥିଲେ ।
ମହାଶିବରାତ୍ରୀରେ କେବଳ ଗୋଟିଏ ମାତ୍ର ସ୍ନାନ ପର୍ବ ବାକି ରହିଛି । କୁମ୍ଭର ୫ଟି ସ୍ନାନ ଉତ୍ସବ ସଫଳତା ପୂର୍ବକ ସମ୍ପାଦିତ ହୋଇଛି । ୨୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: