ବଡ଼ ଧରଣ ର ଚୋରୀ ଘଟଣା ର ପରଦା ଫାସ

0
305
ବଡ଼ ଧରଣ ର

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୩୦/୦୩) : ଗତ ତାରିଖ ୨୬/୦୩/୨୦୨୨ ଦିନ ବ୍ୟାଙ୍କ କଲୋନୀ ସ୍ଥିତ ଜଗନ୍ନାଥ କମ୍ପ୍ଲେକ୍ସ ର ପି ନନ୍ଦୀ କିଶୋର ରାଓଙ୍କ, ଘରେ ତାଲା ଏବଂ ଚାବି ଭାଙ୍ଗି ବଡ଼ ଧରଣ ର ଚୋରୀ ସମ୍ପର୍କରେ ରିପୋର୍ଟ କରାଯାଇଥିଲା ।WhatsApp Image 2022 03 31 at 10.37.09 AM 1 ବଡ଼ ଧରଣ ର ଚୋରୀ ଘଟଣା ର ପରଦା ଫାସ

ଅନୁସନ୍ଧାନ ସମୟରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା । ନିର୍ଭରଯୋଗ୍ୟ ସୂଚନା ଏବଂ ସିସିଟିଭି ଫୁଟେଜ ର ସାହାଯ୍ୟ ରେ ଏହି ବଡ଼ ଧରଣ ର ଚୋରୀ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା ଏବଂ ରୂପା, ସୁନା ଜିନିଷ ସହିତ ନଗଦ ଟଙ୍କା ଏବଂ ମୋବାଇଲ୍ ଫୋନ୍, ୫୦୦ ଗ୍ରାମ ର ରୂପା ଥାଳି, ଗୋଟିଏ ରୂପା ଗ୍ଲାସ୍ (ବଡ), ୦୫ ଟି ରୂପା ଗ୍ଲାସ (ଛୋଟ), ୦୨ ଟି ରୂପା ପାତ୍ର, ୦୨ ଟି ଷ୍ଟାଣ୍ଡ ରୂପା ପାତ୍ର, ୦୨ଟି ରୂପା ପ୍ଲେଟ, ୦୫ ଗ୍ରାମ ତରଳା ଯାଇଥିବା ସୁନା, ଗୋଟିଏ ହୋଣ୍ଡା ଆକ୍ଟିଭ୍ r regd, ନଂ OD 18 F 9685, ଗୋଟିଏ ପାସ୍ ପ୍ଲସ୍ ଧାରଣକାରୀ ଙ୍କ ନମ୍ୱର 08 B 6887 , ନଗଦ ୧୫,୦୦୦ ଟଙ୍କା ଓ ୦୪ ଟି ମୋବାଇଲ ସେମାନଙ୍କ ଠାରୁ ଜବତ କରାଯାଇଥିଲା ।

ଅଭିଯୁକ୍ତ ମାନେ ହେଲେ ପିଲ୍ଲା ଲୋକେଶ, ସୁରେଶ ମେଲାକାନୀ, ନୀଳକଣ୍ଠ ପୁଲାକା, ମୁଦାନା ସନ୍ୟାସୀ ରାଓ ରାଜୁ ସମସ୍ତ ଅଭିଯୁକ୍ତ ବ୍ୟକ୍ତିଙ୍କୁ ୨୯/୦୩/୨୦୨୦ ଏବଂ ୩୦/୦୩/୨୦୨୨ ରେ ଗିରଫ କରାଯାଇ ଆଜି କୋର୍ଟକୁ ପଠା ଯାଇଛି । ପୋଲିସ କେସ୍ ନଂ – ୭୪ ତାରିଖ ୨୬/୦୩/୨୦୨୨ । ଭାର ପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ପ୍ରଧାନ ଓ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।