Related Contents

ରାଜଗାଙ୍ଗପୁର କଲ୍ୟାଣ ମଣ୍ଡପରେ ସହିଦ ଜବାନଙ୍କ ପାଇଁ ରକ୍ତ ସଂଗ୍ରହର କାର୍ଯ୍ୟକ୍ରମ

ରାଜଗାଙ୍ଗପୁର (ରାଜେଶ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଫୁଲବାମାରେ ହୋଇଥିବା ଜବାନଙ୍କ ଉଦ୍ଦେଶ୍ୟରେ ଏକ ରକ୍ତ ଦାନଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସୋହେବ ଆଲାମଙ୍କ ନେତୃତ୍ୱରେ ଏବଂ ବିଜୁ ଛାତ୍ର ଦଳ ମିଶି ଏହି କାର୍ଯ୍ୟକ୍ରମ କରିଥିଲେ । ପ୍ରଥମେ ସୁବାସଛକରୁ ଏକ ବିରାଟ ବଡ଼ ରେଲି ଆରମ୍ଭ କରି ଶେଷରେ କଲ୍ୟାଣ ମଣ୍ଡପ ଠାରେ ଶେଷ କରିଥିଲେ । ଏହି ଅବସରରେ ଅତିଥି ଭାବରେ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଶ୍ରିଯୁକ୍ତ ମଙ୍ଗଳା କିଷାନ, ବିଜେଡିର ପରିସଦ ସଦସ୍ୟ ଶ୍ରୀ ଜିତୁ ଦାସ,ରାଜଗାଙ୍ଗପୁରର ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର ଲେଙ୍କା, ୯ୱାର୍ଡର ପରିସଦର ସଭ୍ୟ ଶ୍ରୀମତୀ ସୁଭଦ୍ରା ସଢଙ୍ଗୀଙ୍କୁ ଆମନ୍ତ୍ରିତ କରିଥିଲେ ।

ବିଜୁ ଛାତ୍ର ଦଳର ସଦସ୍ୟ ଏମ.ଡି ସେହଜାଦା, ଗୌତମ ମହାରଥୀ, ଫେଜଲ ହୁସେନ, ଚିଣ୍ଟୁ ସାହୁ ଅତିଥିମାନଙ୍କ ଫୁଲ ଗୁଚ୍ଛା ଦେଇ ସ୍ୱାଗତ କରିଥିଲେ । ରକ୍ତ ଶିବିର ସୁନ୍ଦରଗଡ଼ ଜିଲାର ମୁଖ୍ୟ ସରକାରୀ ଡାକ୍ତର ସୋରାଜ ଚନ୍ଦ୍ର ନାୟକ ଏବଂ ରତ୍ନ ପ୍ରଭା ନାୟକ ଏମାନେ ସମସ୍ତେ ସହିଦ ଜବାନଙ୍କ ପାଇଁ ଦୀପ ପ୍ରଜ୍ୱଳନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଜୁ ଛାତ୍ର ଦଳର ସଦସ୍ୟ ବହୁ ପରିମାଣରେ ଆସି ରକ୍ତଦାନ ଦେଇଥିଲେ । ଆଗାମୀ ଦିନରେ ମଧ୍ୟ ଆହୁରି ପିଲାମାନେ ଆସି ରକ୍ତଦାନ କରିବେ ବୋଲି କହିଛନ୍ତି ।

Comments are closed.