ମାଁ ମର୍କମା କଲେଜ ରେ ପଦ ଉନ୍ନତି କାର୍ଯ୍ୟକ୍ରମ ଅନୁଷ୍ଠିତ

0
185
ମାଁ ମର୍କମା କଲେଜ

ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମ କଟକ, (୩୦/୦୩) : କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର କୁଳପତି ସଞ୍ଜୟ କୁମାର ଶତପଥୀ ନେତୃତ୍ୱରେ ମାଁ ମର୍କମା କଲେଜ ରେ ପ୍ରତିରକ୍ଷା ବିଭାଗ ରେ ନିଯୁକ୍ତି ସମ୍ପକରେ ଏକ କ୍ୟାରିଅର କାଉନସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି ।f8a22ebe 43cc 4bb2 a08b 4b200c0e1bfb ମାଁ ମର୍କମା କଲେଜ ରେ ପଦ ଉନ୍ନତି କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଷମ କଟକ ସ୍ଥିତ ମାଁ ମର୍କମା କଲେଜ ଯୁକ୍ତ ୩ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଏନସିସି ଅଫିସର କ୍ୟାପଟେନ ବି ରବିଶଙ୍କର ଉପସ୍ଥିତ ରହି ଅଧିକ ସଂଖ୍ୟା କିପରି ଛାତ୍ର ଛାତ୍ରୀ ପ୍ରତିରକ୍ଷା ବିଭାଗ ରେ ଯୋଗ ଦେବେ ଏବଂ ନିଜେ ନିଜର ରକ୍ଷା କବଚ ହୋଇପାରିବେ ସେ ନେଇ ପରାମର୍ଶ ଦେବା ସହ ଏନସିସି କ୍ୟାଡେଟ ମାନକୁ ଉତ୍ସାହିତ କରିଥିଲେ । ସେହିପରି ଲେଫ୍ଟନାଣ୍ଟ ବି ରବିଶଙ୍କର ଙ୍କୁ କ୍ୟାପଟେନ ଭାବେ ପଦୋନୀତୋ ମିଳିଛି । ଏହି ଅବସରେ କୁଳପତି ଓ ଗ୍ରୁପ୍ କମାଣ୍ଡର ଅଶୋକ ସ୍ତମ୍ଭ ଓ ତାରକା ପିନ୍ଧାଇ ତାଙ୍କୁ ସମ୍ମାନୀତ କରିଛନ୍ତି ।

ମା ମାର୍କମା କଲେଜ ର ସହକର୍ମୀ , କ୍ୟାଡେଟ ଓ ଛାତ୍ର ଛାତ୍ରୀ ଅଫିସର୍ ଙ୍କୁ ଶୁଭେଚ୍ଛା ଜଣଇଛନ୍ତି । କାର୍ଯ୍ୟକ୍ରମ ରେ ୧୩ ଓଡ଼ିଶା ଏନସିସି ବାଟାଲିୟନ ନବରଙ୍ଗପୁର ର କମାଣ୍ଡିଂ ଅଫିସର୍ କର୍ଣ୍ଣେଲ ଜଗନ୍ନାଥ ନିସଙ୍କ କ୍ୟାପଟେନ ରୁ ମଜୋର୍ ପଦପୀ ପାଇଥିବା କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ଜୟଦେବ ସାହୁ ଏବଂ ବର୍ହ୍ମପୁର ଏନସିସି ଗ୍ରୁପ୍ କମାଣ୍ଡର କ୍ୟାପଟେନ ସଚିନ୍ ଗୁପ୍ତା ଉପସ୍ଥିତ ଥିଲେ ।