Friday, March 29, 2024

Top 5 This Week

Related Posts

କାଶୀନଗର ପୌର ଅଧ୍ୟକ୍ଷା ଭାବେ ସୁଧାରାଣୀଙ୍କ ଦାୟିତ୍ଵ ଗ୍ରହଣ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୩୦/୦୩) : ଗଜପତି ଜିଲ୍ଲା ର କାଶୀନଗର ପୌର ଅଧ୍ୟକ୍ଷା ଭାବେ ସୁଧାରାଣୀ ଦାୟିତ୍ଵ ନେଇଛନ୍ତି । କାଶୀନଗର ପୋରଞ୍ଚଳରେ ତୃତୀୟ ଥର ତଥା ହେଟ୍ରିକ କରି ମେଡ଼ିବୋଇନା ସୁଧାରାଣୀ ଆଜି ଦିନ ୧୧ ଟା ବେଳେ ପୌର କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ।

ସେ ବିଜେଡ଼ି ତରଫରୁ ଅଧ୍ୟକ୍ଷା ଭାବେ ପ୍ରତିଦ୍ବନ୍ଦିତା କରି ୯୮୪ ଭୋଟ ରେ ବିଜେପି ପ୍ରାର୍ଥୀ ଙ୍କୁ ପରାସ୍ତ କରି ୩ୟ ଥର ଅଧିକାରୀ ପାଇଁ କାଶୀନଗର ପୌର ଅଧ୍ୟକ୍ଷା ଆସନ ଅଳଙ୍କୃତ କରିଛନ୍ତି । ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟାଳୟ ରେ ନିର୍ବାଚନ ଅଧିକାରୀ ଗୋପାଳ କୃଷ୍ଣ ଅଧିକାରୀ, ନିର୍ବାହୀ ଅଧିକାରୀ ଡ଼ା ସତ୍ୟ ସମ୍ପୂର୍ଣ ରାଉତ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ୧୧ କାଉନସିଲର ଟାଉନ୍ ସଭାପତି ରଘୁରାମ ସାହୁ ବ୍ଲକ ସଭାପତି ଅର୍ ରାମ୍ ପ୍ରସାଦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଓ ବହୁ ହିତା କଂଖି ଶୁଭେଚ୍ଛା ଜଣାଇଥିଲେ ।

ଶ୍ରୀମତୀ ସୁଧା ରାଣୀ ପ୍ରଥମେ ଲୋକ ଙ୍କ ପାଇଁ ଅତି ଆବଶ୍ୟକ ହେଉ ଥିବା କାମ କରିବେ।ମାର୍କେଟ କମ୍ପ୍ଲେକ୍ସ ଓ ବସ ଷ୍ଟାଣ୍ଡ ର ପୁନରୁଦ୍ଧାର କରିବେ ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles