କୁମୁଲି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ

0
462
କୁମୁଲି

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୩୦/୩) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ କୁମୁଲି ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆଜି ଏକ ବଡ ଧରଣର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।da01a4e6 b2ad 4a67 994b e7b6eacd0d02 କୁମୁଲି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ

ପ୍ରଧାନ ଶିକ୍ଷକ ଶ୍ରୀ ମାର୍କଣ୍ଡ ସତନାମୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁମୁଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ରାଜେଶ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ସୃଜନ ଶୀଳତାର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ ।

ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ବେଣୁମାଧବ ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ନୀଳକଣ୍ଠ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ।56cfa61a a4d1 48f9 9d0e d9e9478bd3b2 କୁମୁଲି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଲମ୍ବୋଦର ଷଡଙ୍ଗୀଙ୍କ ଦ୍ବାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା । ଉନ୍ନତ ବୈଜ୍ଞାନିକ କୌଶଳ ପ୍ରୟୋଗ କରି ଛାତ୍ରଛାତ୍ରୀ ମାନେ କୃଷି, ଶିଳ୍ପ, ପରିବେଶ ସୁରକ୍ଷା ପ୍ରଭୃତି ବିଭିନ୍ନ କ୍ଷେତ୍ରରେ ଉପଯୋଗୀ ନମୁନା ପ୍ରକଳ୍ପ ଗୁଡ଼ିକ ବିଜ୍ଞାନ ମେଳାରେ ପ୍ରଦର୍ଶିତ କରିଥିବା ଜଣାପଡିଛି ।