Related Contents

ଦୋକାନୀକୁ ଛୁରୀଭୁସି ଅଭିଯୁକ୍ତ ଫେରାର

ବିନିକା(ଧ୍ରୁବରାଜ ମିଶ୍ର): ବିନିକା ନୂଆବଜ଼ାର ନିକଟରେ ଥିବା ବିଦେଶୀ ମଦ ଦୋକାନ କର୍ମଚାରୀକୁ ମଦ କିଣିବାକୁ ଆସିଥିବା ଜଣେ ଅଜଣା ବ୍ୟକ୍ତି ଛୁରୀଭୁସି ଦେଇ ଫେରାର ହୋଇ ଯାଇଥିବା ଜଣାପଡିଛି |

ଘଟଣାରୁ ପ୍ରକାଶ ଯେ ଉକ୍ତ ମଦ ଦୋକାନର କର୍ମଚାରୀ ମୁକେଶ କୁମାର (୩୪)କୁ ମଦ କିଣିବାକୁ ଆସିଥିବା ବ୍ୟକ୍ତି ମଦ ଉଧାରୀ ଦେବାକୁ କହିଥିଲା | ଏଥିରେ ମୁକେଶ କୁମାର ମନା କରି ଦେବାରୁ ରାଗିଯାଇ ଛୁରୀ ଭୁଷି ଦେଇଥିଲା | କର୍ମଚାରୀକୁ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ବଡ ଡାକ୍ତରଖାନାକୁ ପଠାଯାଇଛି | ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି |

Comments are closed.