Thursday, March 28, 2024

Top 5 This Week

Related Posts

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୩୦/୦୩) : ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଆୟୋଜନ ହୋଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ ।58fe7c75 ca11 477f a5d2 80095ce4b99b ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଅନନ୍ତ ନାରାୟଣ ମହାନ୍ତି ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ଲାଲ ମୋହନ ରାଉତରାୟ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ବରଦାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶ୍ରୀରଏ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭି.ଏଲ୍‌.ଏନ୍‌.ରାଜୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଜେରାଜେଶ ରାଓ ପଟ୍ଟନାୟକ ଉପସ୍ଥିତ ଥିଲେ । ଆଶା ସଂଯୋଜିକା ଶ୍ରୀମତି ରାଜଲକ୍ଷ୍ମୀ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।bbe701e3 f739 4631 b92b 782809b6607c ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବର୍ତ୍ତମାନ ସ୍ଥିତିହେଉ ଅବା କୋଭିଡ୍‌ ଭଳି ମହାମାରୀ ପରିସ୍ଥିତିରେ ଅପହଞ୍ଚ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ, ଘରେ ଘରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଆଶା ମାନଙ୍କ ଭୂମିକା ବେଶ୍‌ ଗୁୁରୁତ୍ୱପୂର୍ଣ୍ଣ ।

ଗୋଷ୍ଠୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ସୁସମନ୍ୱୟ ରକ୍ଷାକରି ଉପଲବ୍ଧ ସ୍ୱାସ୍ଥ୍ୟସେବାର ପୂର୍ଣ୍ଣ ବିନିଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବାରେ ଆଶାଙ୍କର ନିରନ୍ତର ପ୍ରୟାସ ଅନସ୍ୱୀକାର୍ଯ୍ୟ । ଜନସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହିତ ସ୍ୱାସ୍ଥ୍ୟ ସୁଚକାଙ୍କରେ ଉନ୍ନତି ଆଣିବା ଦିଗରେ ସେମାନଙ୍କ ଭୂମିକା ବେଶଗୁରୁତ୍ୱପୂର୍ଣ୍ଣ ।

ଗୋଷ୍ଠୀ ର ଲୋକ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆଶାକର୍ମୀଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ପୂର୍ବକ ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡ ଜିଲ୍ଲାର୧୧ଟି ବ୍ଲକ ଏବଂ ଦୁଇଟି ପୌର ପରିଷଦର ମୋଟ ୩୭ ଜଣ ଆଶାକର୍ମୀଙ୍କୁ ଶ୍ରେଷ୍ଠ ଆଶା ଭାବେ ମାନପତ୍ର ପ୍ରଦାନ କରାଯିବା ସହିତ ପୁରସ୍କୃତ କରାଯାଇଥିଲା ।

ସେହିପରି ଭାବେ ୧୩ ଟି ମହିଳା ଆରୋଗ୍ୟ ସମିତି, ୫ ଟି ପଞ୍ଚାୟତ ଏବଂ ୧୧ ଟି ଗ୍ରାମ କଲ୍ୟାଣ ସମିତି ମଧ୍ୟ ପୁରସ୍କୃତ ହୋଇଥିଲେ । ପରିବାର ନିୟୋଜନ ଏବଂ ପ୍ରସବୋତ୍ତର ଗର୍ଭ ନିରୋଧକ କ୍ଷେତ୍ରରେ ୨୦୨୦-୨୧ ମସିହା ପାଇଁ ୩ ଜଣ ଚିକିତ୍ସା ଅଧିକାରୀ, ୩ ଜଣ ଆଶାକର୍ମୀ, ୩ ଜଣ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ) ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜଗନ୍ନାଥପୁରକୁ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ୨୦୨୧-୨୨ ମସିହାରେ ସର୍ବାଧିକ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବାରୁ ଡା.ଶ୍ରବଣ କୁମାର ସାହୁକାର ସ୍ୱତନ୍ତ୍ର ଭାବେ ପରୁସ୍କୃତ ହୋଇଥିଲେ ।8293d064 f167 4bbb b1a8 84bbd6546139 ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଡା. ରତିକାନ୍ତ ସାହୁ ସର୍ବାଧିକ ଅଲ୍ଟ୍ରା ସୋନୋଗ୍ରାଫି କରିଥିବାରୁ ତାଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ, ପୁରସ୍କୃତ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଆଶାକର୍ମୀଙ୍କ ସମେତ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ର କର୍ମକର୍ତ୍ତା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର କର୍ମଚାରୀଗଣ ଉପସ୍ଥିତ ରହିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles