ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରୁ “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର (ଓଡିଶା ନ୍ୟୁଜ୨୪): ଆସନ୍ତା ୫ ତାରିଖ ହେଉଛି ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ । ଏହି ଦିନଠାରୁ ବିଜୁ ଜନତା ଦଳ ‘ଘରେ ଘରେ ଶଂଖ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ।

ଏ ବାବଦରେ ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କୁ ବାର୍ତ୍ତା ଦେଇ ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁବାବୁଙ୍କ ଜନ୍ମ ଦିବସକୁ ସମଗ୍ର ଓଡ଼ିଶାରେ ମହାସମାରୋହରେ ପାଳନ କରାଯାଏ । ଓଡ଼ିଶାର ଦ୍ରୁତ ଉନ୍ନତି ଏବଂ ଓଡ଼ିଆ ସ୍ୱାଭିମାନ ପାଇଁ ବିଜୁବାବୁ ନିରନ୍ତର କାର୍ଯ୍ୟ କରିଥିଲେ । ତାଙ୍କ ନୀତି ଆଦର୍ଶକୁ ଆଧାର କରି ରାଜ୍ୟକୁ ଦ୍ରୁତ ପ୍ରଗତି ପଥରେ ଆଗେଇ ନେବା ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ବିଜୁବାବୁଙ୍କ ୧୦୩ ତମ ଜୟନ୍ତୀ ଉତ୍ସବ ଅବସରରେ ୫ ତାରିଖ ଠାରୁ ଘରେ ଘରେ ଶଂଖ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ବିଜୁ ମହିଳା ଜନତା ଦଳର ସଦସ୍ୟାମାନେ ମା’ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ପ୍ରତି ଘରେ ଶଂଖ ଚିହ୍ନଥିବା ଷ୍ଟିକର ଲଗାଇବେ । ପ୍ରତି ବୁଥରେ ୱାର୍ଡ଼ କମିଟୀ ସଦସ୍ୟମାନଙ୍କ ବୈଠକ କରି ୩୦ ଜଣିଆ ବୁଥ କମିଟୀ ଗଠନ କରିବେ । ଏହି ୩୦ ଜଣିଆ କମିଟୀର ସଭ୍ୟସଭ୍ୟାଙ୍କ ନାମ ଓ ଟେଲିଫୋନ ନମ୍ବର ଆଦି ଦଳର ରାଜ୍ୟ କାର୍ଯ୍ୟାଳୟକୁ ପଠାଇବା ସହିତ ବିଜୁ ଜୟନ୍ତୀ ପାଳନ ସମ୍ପର୍କୀତ ବିବରଣୀ, ଫୋଟ, ଭିଡ଼ିଓ ମଧ୍ୟ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବେ ।

Comments are closed.