Friday, March 29, 2024

Top 5 This Week

Related Posts

ଡାଇନାମାଇଟ ରେ ମାଛ ମାରିବା ସମୟରେ ଯୁବକ ଗୁରୁତର

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୯/୦୩) : ବୌଦ୍ଧ ଥାନା ମହାନଦୀ ହନୁମାନ ଘାଟରେ ଘଟିଛି ଅଭାବନୀୟ ଘଟଣା । ଡାଇନାମାଇଟ ଫୁଟାଇ ମାଛ ମାରୁଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଜଣେ ବ୍ୟବସାୟୀ ବୌଦ୍ଧ ଥାନା ଅନ୍ତର୍ଗତ ଲାଣ୍ଡିବନ୍ଧ ଗ୍ରାମ ର ସୁରଥ ଭୋକ୍ତା ପେଷାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି । ଆଜି ସୁରଥ ମାଛ ମାରିବା ପାଇଁ ଛୁଟି ନେଇ କିଛି ବନ୍ଧୁଙ୍କ ସହିତ ଡାଇନାମାଇଟ ଧରି ମହାନଦୀକୁ ଯାଇଥିଲେ । ନଦୀକୂଳ ରେ ପହଂଚି ସାଙ୍ଗରେ ନେଇଥିବା କିଛି ବୋମାରୁ ଗୋଟିଏ ନିଆଁ ଲଗାଇ ପାଣିରେ ଫିଙ୍ଗିଥିଲେ । ମାତ୍ର ଉକ୍ତ ବୋମାଟି ନ ଫୁଟିବାରୁ ଆଉ ଏକ ବୋମା ଫୋପାଡ଼ି ଥିଲେ । ଦ୍ଵିତୀୟ ବୋମା ଫୁଟିବା ପରେ ସୁରଥ ପାଣିରେ ପଶି ମାଛ ଧରୁଥିବା ବେଳେ ପ୍ରଥମ ବୋମା ଫୁଟି ଯିବାରୁ ସୁରଥ ଗୁରୁତର ଆହତ ହୋଇଥିଲେ ।

ଏହାର ପ୍ରଭାବରେ ହାତ ପାପୁଲି ଛିଣ୍ଡିବା ସହ ଛାତି, ମୁହଁ ଛିଦ୍ର ସହିତ ଶରୀର ର ବିଭିନ୍ନ ଅଂଶ କ୍ଷତ ବିକ୍ଷତ ହୋଇଯାଇଛି । ସ୍ଥାନିୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତିକରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ତାଙ୍କ ସହ ମାଛ ମାରିବାକୁ ଯାଇଥିବା ବନ୍ଧୁ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles