Related Contents

ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ଜୀବୀତ-ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ : ଭାରତର ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ଏବଂ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ଜୀବୀତ ଅଛି । ଏନେଇ ପାକିସ୍ତାନୀ ଗଣମାଧ୍ୟମ ମାସୁଦର ପରିବାର ବର୍ଗଙ୍କ ସହ ଆଲୋଚନା କରି ସୂଚନା ଦେଇଛି ।

ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ଜିଓ ଉର୍ଦୁରେ ମାସୁଦର ମୃତ୍ୟୁକୁ ମିଛ ବୋଲି କୁହାଯାଇଛି । ଭାରତ ଦ୍ୱାରା ପିଓକେରେ ହୋଇଥିବା ଏୟାରଷ୍ଟ୍ରାଇକ ପରେ ମାସୁଦ ଅସୁସ୍ଥ ଥିବା ଖବର ଆସିଥିଲା । ତାହାର ଚିକିତ୍ସା ରାୱଲପିଣ୍ଡି ଆର୍ମୀ ହସ୍ପିଟାଲରେ କରାଯାଉଥିବା ମଧ୍ୟ କୁହାଯାଇଥିଲା । ଏହାପରେ ଗତକାଲି ମାସୁଦ ଯକୃତ କର୍କଟରେ ମୃତ୍ୟୁବରଣ କରିଥିବା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଯାହାକୁ ପାକିସ୍ତାନୀ ଗଣମାଧ୍ୟମ ଖାରଜ କରିଦେଇଛି । କିନ୍ତୁ ପ୍ରକୃତ ସତ୍ୟତା ଅଦ୍ୟବଧି ଜଣାପଡିନାହିଁ । ଜିଓ ଉର୍ଦୁର କହିବା ମୁତାବକ, ମାସୁଦର ସମ୍ପର୍କୀୟମାନେ ତାହାର ମୃତ୍ୟୁକୁ ଖଣ୍ଡନ କରିଛନ୍ତି । ବର୍ତମାନ ତାହାର ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହାର ସୂଚନା ମିଳିପାରି ନାହିଁ । ପାକ୍ ସରକାର ମଧ୍ୟ ମାସୁଦର ମୃତ୍ୟୁ ଖବରକୁ ନେଇ ନିରବତା ଅବଲମ୍ବନ କରିଛନ୍ତି । ପାକ୍ ସୂଚନା ମନ୍ତ୍ରୀ ମଧ୍ୟ ଏହି ଘଟଣାରେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ଗୁଇନ୍ଦା ବିଭାଗ ସୋସିଆଲ ମିଡିଆରେ ଚାଲିଥିବା ମାସୁଦର ମୃତ୍ୟୁ ଖବରର ଯାଂଚ କରୁଛି ।

Comments are closed.