Related Contents

ପଦ୍ମପୁରରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଦୃଷ୍ଟି ନାହିଁ, ନେତାଙ୍କୁ ଘାରିଛି ନିର୍ବାଚନ ଚିନ୍ତା

ପଦ୍ମପୁର(ପ୍ରଭାତ ମିଶ୍ର): ରାୟଗଡା ଜିଲ୍ଲାର ପଦ୍ମପୁର ଅଞ୍ଚଳର ଦିନକୁଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡୁଥିବା ସମୟରେ ସ୍ୱାସ୍ଥ୍ୟ ପ୍ରତି କାହାର ଯେଉଁ ଭଳି ନଜର ପଡୁନଥିବା ଦୁର୍ଭାଗ୍ୟର ବିଷୟ | ସ୍ଥାନେ ସ୍ଥାନେ ବିପର୍ଯ୍ୟସ୍ତ ପରିମଳ ସାଙ୍ଗକୁ ଲୋକଙ୍କ ସ୍ୱାସ୍ଥ୍ୟ ବିଗୁଡୁଥିବା ବେଳେ ପ୍ରଶାସନ ହେଉ କି ଲୋକ ପ୍ରତିନିଧି ମାନଙ୍କୁ ଘାରିଛି ନିର୍ବାଚନ ଚିନ୍ତା |

ସୂଚନା ଯୋଗ୍ୟ ଯେ ପଦ୍ମପୁର ବ୍ଲକ ଅଧିନସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ଭଳି କୋଣସି ସ୍ପେସାଲିଷ୍ଟ ଡାକ୍ତର ନଥିବା ବେଳେ ଇନଚାର୍ଜ ଭାବେ ଆଗରୁଥିବା ଡାକ୍ତର ବିଜୟ ବାବୁଙ୍କୁ ଏଠାରୁ ଗତ କିଛି ମାସ ହେବ ଜୟପୁର ମେଡିକାଲକୁ ପଠାଇ ଦିଆଗଲା | ଉକ୍ତ ଡାକ୍ତର ଜଣକ ଜଣେ ସର୍ଜରୀର ଭଲ ନାମକରା ଡାକ୍ତର ଭାବେ ଅଞ୍ଚଳରେ ନାଁ କରିଥିବା ସମୟରେ ବିଭିନ୍ନ ସ୍ଥାନରୁ ଅପରେସନ ଗୁଡିକୁ ପ୍ରାୟତଃ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉଥିଲା | ତେବେ ଗତ ଦୁଇମାସ ହେଲା ସେ ଏହି ମେଡିକାଲରୁ ଯିବା ପରେ ଏଠାରେ କୋଣସି ସର୍ଜରୀ ନ ହୋଇ ଲୋକ ବ୍ରହ୍ମପୁର କିମ୍ବା ବିଶାଖାପାଟଣା ଯାଉଛନ୍ତି | ଠିକ ସେହିଭଳି ଏହି ମେଡିକାଲରେ ପାଣିର ଅଭାବ ଏକ ଗୁରୁତର ବିଷୟ ଅଟେ | ଠିକ ସେହିଭଳି ଏହି ବ୍ଲକରେ ପରିମଳ ବ୍ୟବସ୍ଥା ନ’କହିବା ଭଲ | ସ୍ଥାନେ ସ୍ଥାନେ ଡ୍ରେନ ଗୁଡିକ ଭାଙ୍ଗି ଭୁଷିଡି ଯାଇଥିବା ବେଳେ ଡ୍ରେନ ଗୁଡିକ ନିୟମିତ ସଫା ହଉନଥିବାରୁ ସାହି ଗଲି କନ୍ଦିରେ ଗ୍ରୀଷ୍ମଦିନେ ଆରମ୍ଭରେ ମଧ୍ୟ ପଙ୍କ କାଦୁଅ ଡ୍ରେନରେ ଜମି ଦୁର୍ଗନ୍ଧ ସୃଷ୍ଟି ହେଉଛି | ତେବେ ଗ୍ରାମ୍ୟ ଜଳ ଯୋଗାଣର ପାଇପ ଗୁଡିକ ଅଧିକାଂଶ ଡ୍ରେନ ପାର୍ଶ୍ୱରେ ଅଧିକାଂଶ ଯାଉଥିବା ଯୋଗୁଁ ଚୋରା ପାଇପ ଲାଇନ ଯୋଗୁଁ ଜଳ ଦୂଷିତ ହେଉଛି ଯାହାର ସଦ୍ୟ ଉଦାହରଣ ହେଲା ମୁଖ୍ୟ ବଜାର ପାର୍ଶ୍ୱରେ ଏକ ପାଇପ ଲାଇନ ଡ୍ରେନ ପାଣି ସହିତ ମିଶୁଥିବାରୁ ଲୋକେ ବିଭିନ୍ନ ପେଟ ରୋଗ ଓ ଡାଇରିଆ ଭଳି ସମସ୍ୟା ଗତ କିଛିଦିନ ତଳେ ମେଡିକାଲରେ ପଡିଥିବା ନେଇ ଅଭିଯୋଗ ହୋଇଥିଲା |

ତେବେ ଲୋକଙ୍କ ଅଭିଯୋଗ ପରେ ଏହା ସଜଡା ଯାଇଥିଲା | ତେବେ ଏଭଳି କି ଏହି ପଦ୍ମପୁର ଅଞ୍ଚଳରେ କେତେକ ହୋଟେଲ ଗୁଡିକରେ ଅସ୍ୱାସ୍ଥ୍ୟକର ପରିବେଶ ଓ ଅପମିଶ୍ରଣ ଖାଦ୍ୟ ପରିବେଷଣ କରାଯାଇଥିଲେ ମଧ୍ୟ ଜିଲ୍ଲାର ଏହି ପ୍ରତି କାହାର ନଜର ନପଡିବା ଦୁର୍ଭାଗ୍ୟର ବିଷୟ | ଏ ଭଳି ପରିସ୍ଥିତିରେ ଏହି ବ୍ଲକର ସମସ୍ୟା ପ୍ରତି କୋଣସି ଲୋକ ପ୍ରତିନିଧି ମାନଙ୍କ ଏ ସବୁ ସମସ୍ୟା ପ୍ରତି ଦୃଷ୍ଠି ନ ପଡିବା ଲୋକଙ୍କ ଠାରୁ ଶୁଣିବାକୁ ମିଳିଥିବା ସମୟରେ ନେତାଏ ଆଗାମୀ ନିର୍ବାଚନକୁ ନେଇ ପରସ୍ପର ମଧ୍ୟରେ ପ୍ରତିହାର ପାଇଁ ଲାଗିଥିବା ବେଳେ ସଦାହରଣ ଜନତାଙ୍କ ପ୍ରତି କେତେ ପରଦା ଏଠାରୁ ସ୍ପଷ୍ଟ ଅନୁମେୟ ବୋଲି ଲୋକଙ୍କ ଠାରୁ ଜଣାପଡିଛି | ଏଭଳି ପରିସ୍ଥିତିରେ ଏହି ବ୍ଲକର କେତେକ ନିର୍ଦ୍ଧିଷ୍ଟ ମେଡିକାଲ ଷ୍ଟୋର କିଛି କ୍ଵାକକୁ ହାତବାରିସୀ କରି ଅଳ୍ପ ଦରରେ ମେଡ଼ିସିନକୁ ଆଣି ଚଢାଦରରେ ଏଭଳି କିଛି ନିମ୍ନ ମାନର ମେଡ଼ିସିନକୁ ଆଦିବାସୀ ଗ୍ରାମଗୁଡିକରେ ବିକ୍ରି କରୁଥିବା ଶୁଣିବାକୁ ମିଳୁଛି ତାର ତଦନ୍ତ ହେବା ଆବଶ୍ୟକ |

Comments are closed.