ମନ୍ତ୍ରୀଙ୍କ ମାରାଥନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଭେଡେନ (ବଳରାମ ବାଗ): ଭେଡେନ ବ୍ଲକ ଅନ୍ତର୍ଗତ ରେମେଣ୍ଡା ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଭେଡେନ ବ୍ଲକ ବିଜେଡି ତରଫରୁ ଏକ ବିଶାଳ ବାଇକ ରେଲିର ଆୟୋଜନ କରାଯାଇଥିଲା |

ଏହି ବାଇକ ରେଲି ସହ ହସ୍ତତନ୍ତ୍ର ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ସାଂସଦ ଡ଼. ପ୍ରଭାସ ସିଂ, ବ୍ଲକ ଅଧକ୍ଷ୍ୟ ଡୋଳାମଣି କ୍ଷେତି, ଉପାଧ୍ୟକ୍ଷ ସୁପ୍ରଭା ପ୍ରଧାନ, ଜିଲ୍ଲା ପରିଷଦ ସୁବାଷ ହୋତା, ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା ପ୍ରମୁଖ ସାମିଲ ଥିଲେ | ବାଇକ ରେଲିଟି ପ୍ରଥମେ ସମଲେଶ୍ୱରୀ ମନ୍ଦିରରୁ ବାହାରି ତାଳମେଣ୍ଡା – ରେମଣ୍ଡା ଦନ୍ତାନନ୍ଦୀ ସେତୁକୁ ପହଞ୍ଚିଥିଲେ | ସେଠାରେ ନୂତନ ନିର୍ମିତ ସେତୁଟିକୁ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା | ଏହାପରେ ବାଇକ ରେଲିଟି ଜାଣ୍ଡୋଲ-ଧୂବେନପାଳି ଜିରାନଦୀରେ ନବନିର୍ମିତ ସେତୁକୁ ପହଞ୍ଚିଥିଲା, ସେଠାରେ ମଧ୍ୟ ଅତିଥି ମାନେ ସେତୁଟିକୁ ଲୋକାର୍ପିତ କରିଥିଲେ | ବାଇକ ରେଲିଟି ପରେପରେ ଭେଡେନକୁ ପହଞ୍ଚିଥିଲେ |

ଭେଡେନ ଠାରେ ବରଗଡ଼ ଓ ଭେଡେନ ରାସ୍ତାରେ ଦୋହରିକରଣ ସହ ନୂତନ ରାସ୍ତା ଯାହାକି ୨୧୪୬.୬୪ଲକ୍ଷ ଟଙ୍କାରେ କାର୍ଯ୍ୟାଦେଶ ଦିଆଯାଇଛି ତାକୁ ଶୁଭ ଦେଇଥିଲେ | ଶେଷରେ ଦୀର୍ଘ ୧୮କି.ମି ବାଇକ ରେଲି ଟି ଯାଇ ବରପଦର ଠାରେ ସମାପ୍ତ ହୋଇଥିଲା | ବରପଦର ଅଛାଣ୍ଡପାଳି ବିଦ୍ୟାଳୟ ପଡିଆକୁ ଲାଗି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ ଅତିଥିଙ୍କ ଦ୍ୱାରା କରାଯାଇ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା | ସଭାଟି ଶିକ୍ଷାବିତ ଅଗ୍ନି କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ମହାପାତ୍ର ଓ ସୁରେନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିଲେ | ଏହି ଅବସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା |

ସମ୍ମାନିତ ଶିକ୍ଷକ ବୃନ୍ଦ ଥିଲେ ଅଗ୍ନି କୁମାର ପ୍ରଧାନ, ମାମରାଜ ପ୍ରଧାନ, ଆନନ୍ଦ ଚନ୍ଦ୍ର ପ୍ରଧାନ, ଚିତ୍ତ ରଞ୍ଜନ ମହାପାତ୍ର, ପ୍ରିୟବ୍ରତ କର, ପ୍ରମୋଦ ମହାପାତ୍ର, ବୃନ୍ଦାବନ ଦାସ, ନବୀନ ଚନ୍ଦ୍ର ପଣ୍ଡା, ଗୋବିନ୍ଦ ରଥ, ଯୁଧିଷ୍ଠିର ପ୍ରଧାନ ଓ ବିପିନ ବିହାରୀ ଆଚାର୍ଯ୍ୟ | ବରପଦର ଅଛାଣ୍ଡପାଳିରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମୁଖ୍ୟ ଅତିଥି ମାନନୀୟ ମନ୍ତ୍ରୀ ମହୋଦୟାଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ ଏକ ରୂପା ତିଆରି ମୁକୁଟରେ ସମ୍ମାନିତ କରାଯାଇଥିଲା | ସଭାରେ ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରଭାସ ସିଂ ସମେତ ଅଛଣ୍ଡପାଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୃତଲାଲ ସେଟ ଉପସ୍ଥିତ ଥିଲେ | ଶେଷରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ |

One response to “ମନ୍ତ୍ରୀଙ୍କ ମାରାଥନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ”

  1. rajesh agrawal says:

    this is the spirit of devlopement…jay bjd