ରାୟଗଡ଼ା ଜିଲ୍ଲାସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

0
263
ରାୟଗଡ଼ା ଜିଲ୍ଲାସ୍ତରୀୟ ଶହିଦ

ରିପୋର୍ଟ : ଗୋପୀନାଥ ଗୌଡ଼ //
“ସହୀଦ ଲକ୍ଷ୍ମଣ ନାୟକଙ୍କ ଅବଦାନ ଅତୁଳନୀୟ”- ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଓ
ରାୟଗଡ, (୨୯/୦୩) : ରାୟଗଡ଼ା ଜିଲ୍ଲାସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ରାୟଗଡ଼ା-କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା |b5d205a1 1d60 41a1 9cfb 764fe91cb319 ରାୟଗଡ଼ା ଜିଲ୍ଲାସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଦକ୍ଷତାରେ ଅନୁଷ୍ଠିତ ରାୟଗଡ଼ା ଜିଲ୍ଲାସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ରାଜ୍ୟସଭା ଶ୍ରୀଯୁକ୍ତ ଏନ ଭାସ୍କର ରାଓ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ | ସମ୍ମାନୀୟ ଅତିଥି ରୂପେ ରାୟଗଡ଼ା ନୂତନ ନିର୍ବାଚିତ ନଗରପାଳ ଶ୍ରୀ ମହେଶ ପଟନlୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଶିକ୍ଷାବିତ୍ ଡ଼ଃ.ଦୁସ୍ମନ୍ତ ମହାନ୍ତି, ବରିଷ୍ଠ ନାଗରିକ ଗୋପୀ ସାହୁ, ସହିଦ ଲକ୍ଷ୍ମଣ ନାୟକ ଯୁବକ ସଂଘ ର ସଭାପତି ଯୁବକ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଓ ନିଜର ବକ୍ତବ୍ୟରେ କହିଲେ ଯେ ସହୀଦ ଲକ୍ଷ୍ମଣ ନାୟକଙ୍କ ଅବଦାନ ଅତୁଳନୀୟ ଅଟେ l0a508b58 5003 45e3 88ae 18746624371c ରାୟଗଡ଼ା ଜିଲ୍ଲାସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ସେହିପରି ଜିଲ୍ଲାପାଳ ଶ୍ରୀ ମିଶ୍ର ଶହିଦ ଲକ୍ଷ୍ମଣ ନାୟକଙ୍କ ସଂଗ୍ରାମ ଓ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ | ସେହିଭଳି ରାୟଗଡ଼ା ସହର ର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ଶାସ୍ତ୍ରୀନଗର ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଏବଂ ଆର.ଏସ.ଇ.ଡବ୍ଲୁ.ସି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |