କାଶୀନଗରରେ ନିର୍ବାଚନ ପରବର୍ତ୍ତୀ ହିଂସା ପରିବା କ୍ଷେତ ଜଳିଦେଲେ

0
237
କାଶୀନଗରରେ ନିର୍ବାଚନ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୯/୦୩) : କାଶୀନଗରରେ ନିର୍ବାଚନ ପରବର୍ତ୍ତୀ ହିଂସା ! ଗତ ୨୬ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେଲା । ବିଜେପି ଗୋଟିଏ ଆସନ ଓ କଂଗ୍ରେସ୍ ଗୋଟିଏ ଆସନ ପାଇଛନ୍ତି ।bd 5 କାଶୀନଗରରେ ନିର୍ବାଚନ ପରବର୍ତ୍ତୀ ହିଂସା ପରିବା କ୍ଷେତ ଜଳିଦେଲେ

ଏଣୁ କାଶୀନଗର ପୌର ପରିଷଦ ରେ ଚାପା ଉତ୍ତେଜନା ରହିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । କାଶୀନଗରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି । କାଶୀନଗର ନଦିକୁଳରେ ଥିବା ପନ୍ଦର ଲୋକଙ୍କ ପରିବା କ୍ଷେତ ଓ ବାଡ କୁ ନଷ୍ଟ କରିଦେଲେ ସେମାନଙ୍କ ବିପକ୍ଷ ଦଳ ର ଲୋକେ । ବିଜେଡ଼ି ୧୧ଟି ୱାର୍ଡ କାଉନସିଲର ସହ ଅଧ୍ୟକ୍ଷ ପଦ ହାତେଇ ଥିବାରୁ ପ୍ରତିଶୋଧ ନେବା ପାଇଁ ବିପକ୍ଷ ଦଳ ଏହା କରିଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି |

ପୋଲିସ ୩୫/୨୨ରେ ଏକ କେଶ୍ ରୁଜୁ କରି ତଦନ୍ତ ଚାଲୁ ରଖିଥିବା ଜଣାପଡିଛି । ଏହି ଚାପା ଉତ୍ତେଜନା ଆହୁରି କିଛିଦିନ ରହିବ ବୋଲି ଆଶଙ୍କା କରାଯାଉଛି । ଏଣୁ ନିୟମିତ ପେଟ୍ରୋଲିଙ୍ଗ କରିବା ଆବଶ୍ୟକ ହୋଇପଡିଛି ।