କଳାକାରଙ୍କ ମଧୁର କଣ୍ଠ ସ୍ୱରରେ ଦୁଲୁକିଲା ମଞ୍ଚ

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ସହର ନୂଆବଜାର ସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଠାରେ ବିନିକା ସାଂସ୍କୃତିକ ସଂସଦ ତରଫରୁ ଗୋଲଡେନ ଭଏସ ଶୀଜନ-୨ ସୁର ଝଙ୍କାର ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ବିନିକା ସାଂସ୍କୃତିକ ସଂସଦ ର ସଭାପତି ତଥା ବର୍ଷିଆନ କଳାକାର ଶ୍ରୀ ଅଟଳ ବିହାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଉଦ୍ଘାଟନୀ ଅବସରରେ ବିଧାୟକଙ୍କ ସହ ସିଦ୍ଧାର୍ଥ କଲେଜ ଅଧ୍ୟକ୍ଷ ବିଶ୍ୱନାଥ ପଣ୍ଡା, ଏନଏସିର ପୂର୍ବତନ ଉପାଧ୍ୟକ୍ଷା ତପସ୍ୱିନୀ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ଏହି କ୍ରୟକ୍ରମରେ ସଂଗୀତ ନିର୍ଦେଶକ ପଙ୍କଜ ଜାଲ, ଗୀତିକାର ମାନସୀ ପାଣିଗ୍ରାହୀ, ସଂଗୀତ ନିର୍ଦେଶକ ରମେଶ ମହାନନ୍ଦ ବିଚାରକ ଭାବେ ଯୋଗଦେଇଥିଲେ | ସେହିପରି କାର୍ଯ୍ୟକ୍ରମର ଉଦଯାପନୀଉତ୍ସବରେ ଚଳଚିତ୍ର ନିର୍ଦେଶକ ଗଗନ ବିହାରୀ ମିଶ୍ର, ଚନ୍ଦ୍ରମା ହୋଟେଲ ମାଲିକ ପ୍ରଶାନ୍ତ ବାବୁ, ଗୀତିକାର ସରୋଜ ପଧାନ, ବିନିକାର ରାଜା ବାଘ, ଝଙ୍କାର ସ୍ଟୁଡ଼ିଓ ର ଶୈଳେଶ ସାମନ୍ତ, ଗୋପାଳ ପଧାନ ଙ୍କୁ ସମ୍ମାନିତ କରାଗଲା |

ଏହି ପରିପ୍ରେକ୍ଷୀରେ ସୋନପୁର ର ବିଜୟୀ ଗୀତିକାର ଚନ୍ଦ୍ରଶେଖର ପାଢ଼ୀଙ୍କୁ ଜଜେସ ଚଏସ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବିନିକା ଦୀପକ ମୋଟର୍ସ ପ୍ରଯୋଜକ ତରଫରୁ ୫୦୦୧ଟଙ୍କା ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ | ସେପରି ବଲାଙ୍ଗୀର ର ଉପବିଜେତା ଗୋବିନ୍ଦ ବାଗଙ୍କୁ ୨୦୦୦ଟଙ୍କା ସହ ସମ୍ମାନିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ସୌମ୍ୟରଂଜନ ପୂଜାରୀ ଓ ବିରଞ୍ଚିନାରାୟଣ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ସଭ୍ୟ ଜୟ ଗୋପାଳ ସେଠ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ବଲାଙ୍ଗୀର, ସୋନପୁର, କଳାହାଣ୍ଡି,ନୂଆପଡା, ପାଟଣାଗଡ଼, ସମ୍ବଲପୁର, ବରଗଡ଼ ସମେତ ଅନେକ ଗୀତିକାର ଓ କଳାକାର ଅଂଶଗ୍ରହଣ କରିଥିଲେ |

Comments are closed.