Related Contents

ପାଇକ ଖଣ୍ଡାୟତ ଓ କ୍ଷତ୍ରିୟ ମହିଳାଙ୍କୁ ସ୍ୱରୋଜଗାର କ୍ଷମ ସାଙ୍ଗକୁ ସ୍ୱାବଲମ୍ବୀ ପାଇଁ ପାଇକ ମହାସମ୍ମିଳନରେ ଦାବି

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି(ଅମୁଲ୍ୟ ନିଶଙ୍କ ଓ ଗୋପୀନାଥ କନ୍ଦାଗିରି): ରାୟଗଡା ଜ଼ିଲ୍ଲାର ବିଷମକଟକ କାଶୀପୁର ମୁନିଗୁଡା କଲ୍ୟାଣସିଂପୁର ଓ କୋଲନରା ବ୍ଲକର ୧୭ଗୋଟି ଗ୍ରାମପଂଚାୟତର ଶତାଧିକ ପାଇକ ଖଣ୍ଡାୟତ ଓ କ୍ଷେତ୍ରୀୟ ମହାସଂଘର ଏକ ସମ୍ମିଳନୀ କୋଲନରା ସ୍ଥିତ ପଶୁ ଚିକିତ୍ସାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି |

ସମ୍ମିଳନୀ ଆରମ୍ଭ ପୂର୍ବରୁ ସମସ୍ତେ କୋଲନରାର ମା ମାଝୀଗୋୖରୀ ମନ୍ଦିର ଠାରେ ଏକତ୍ରିତ ହୋଇ ପୂଜା କରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ସମ୍ବିଳନୀ ପଡିଆରେ ପହଂଚି ପାଇକ ଖଣ୍ଡାୟତ ଓ କ୍ଷେତ୍ରୀୟଙ୍କ ମହିଳା ମାନଙ୍କୁ ସ୍ୱରୋଜଗାର ସହିତ ସ୍ୱାବଲମ୍ବୀ କରିବା ସରକାରଙ୍କ ତରଫରୁ କରାଯାଉ | ତା ସାଙ୍ଗକୁ କୋଲନରା ବ୍ଲକ ଅଧିନସ୍ଥ ଖେଡାପୋଡା ଠାରେ ଅବସ୍ଥାପିତ ପ୍ରତ୍ୟକ୍ଷ ଦର୍ଶୀ ମା ଦକ୍ଷିଣକାଳୀ ମନ୍ଦିର ପାତାଳେଶ୍ଵରୀ ମନ୍ଦିର, ହାତୀଖମ୍ବା ଠାରେ ଥିବା ମାଂକୁଳବନ୍ଧ ମନ୍ଦିର, କୈଳାସପୁର ଠାରେ ଅବସ୍ଥିତ ବୀର ବଜରଙ୍ଗବାଲି ହନୁମାନ ମନ୍ଦିର ର ଉନ୍ନତି ସାଙ୍ଗକୁ ଓଡିଶା ସରକାରଙ୍କ ଦର୍ଶନୀୟ ସ୍ଥାନର ମାନ୍ୟତା ଇତ୍ୟାଦି ୧୭ ଗୋଟି ଦାବି ପତ୍ର କୋଲନରା ବି ଡ଼ି ଓଙ୍କୁ ପ୍ରଦାନ କରିଥିଲେ | ଏହି ସଭାରେ ଜ଼ିଲ୍ଲା ସମ୍ପାଦକ ନିରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିଲେ |

ଏସ ନାୟକ ମୁଖ୍ୟଅତିଥି ନିରଞ୍ଜନ ନାୟକ ମୁଖ୍ୟବକ୍ତା ଓ ଅକ୍ଷୟ ପାତ୍ର ମୁରଲୀଧର ଖଣ୍ଡାୟତ ହରିହର ପାତ୍ର ନିରଂଜନ ପାତ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ | ଶ୍ରୀ ନିରଞ୍ଜନ ପାତ୍ର କାର୍ତିକଗୁଡ଼ାର କ୍ଷେତ୍ରୀୟ ଓ ପାଇକ ତଥା ଖଣ୍ଡାୟତ ମାନଙ୍କୁ ଓ଼ବିସି ତାଲିକା ଭୁକ୍ତ ନିମନ୍ତେ ଦାବି କରିଥିଲେ | ଏହି ଦାବିକୁ ଉପସ୍ଥିତ ସମସ୍ତେ ସ୍ୱାଗତ କରିଥିଲେ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.