Related Contents

ବେଆଇନ ମଦ ବିକ୍ରି ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ, ଲକ୍ଷାଧିକ ଟଙ୍କାର ମଦ ଜବତ ସହ ପାଞ୍ଚ ଗିରଫ

ଜୟପୁର (ସୌମ୍ୟରଂଜନ ସାହୁ): ଆଗକୁ ନିର୍ବାଚନ ପାଖଉଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଜୟପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାଇ ରଖିବା ଉଦ୍ୟମ ଆରମ୍ଭ କରିଛି ଜୟପୁର ପୋଲିସ ।

ଯାହାର ଫଳ ସ୍ୱରୂପ ଶାନ୍ତି ଶୃଂକଳା ବଜାୟ ରଖିବା ପାଇଁ ଜୟପୁର ଅଞ୍ଚଳରେ ବିକ୍ରି ହେଉଥିବା ବେଆଇନ ମଦକୁ ରୋକ ଲଗାଇବା ପାଇଁ ଗତ କାଲି ଠାରୁ ଜୟପୁର ଟାଉନ ପୋଲିସ ଏବଂ ସଦର ପୋଲିସଙ୍କ ମିଳିତ ଭାବେ ସହରଭିତରେ ଥିବା ବିଭିନ୍ନ ଢାବା ଏବଂ ବେଆଇନ ମଦ ବିକ୍ରି ଉପରେ ଚଢ଼ାଉ କରିଛି । ଏହି ଚଢ଼ାଉରେ ସହରର ପାଞ୍ଚ ଜଣଙ୍କୁ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ମଦ ଜବତ କରାଯାଇଛି । ମଦବିକ୍ରି କରୁଥିବା ୫ଜଣ ଜୟପୁର ଟାଉନ ଏବଂ ସଦର ଥାନା ଅଞ୍ଚଳର ବୋଲି ସୂଚନା ଦେଇଛି ପୋଲିସ । ଅନ୍ୟପଟେ ନିର୍ବାଚନକୁ ଆଖିଆଗରେ ରଖି ସେଥିରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ପୋଲିସ ର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିବା ସହ ଆଗକୁ ବେଆଇନ ମଦବିକ୍ରିକୁ ବନ୍ଦ କରିବା ସହ ଏଭଳି କାର୍ଯ୍ୟର ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ଏସ୍ଡ଼ିପିଓ ସାଗରିକା ନାଥ ।

Comments are closed.