ୱିଲ ସ୍ମିଥଙ୍କୁ ଓସ୍କାର ପୁରସ୍କାର

0
147
ୱିଲ ସ୍ମିଥଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //

ନୂଆଦିଲ୍ଳୀ, (୨୮/୦୩) : ୱିଲ ସ୍ମିଥଙ୍କୁ ମିଳିଲା ଓସ୍କାର ସମ୍ମାନ । କରୋନା ପାଇଁ ଗତବର୍ଷ ଓସ୍କାର ସମ୍ମାନ ଭର୍ଚୁଆଲରେ ହୋଇଥିବା ବେଳେ ଚଳିତ ବର୍ଷେ ଏହାକୁ ପୂର୍ବପରି କରାଯାଇଛି ।

ସାଧାରଣତଃ ଏହି ସମ୍ମାନ ର ଆୟୋଜନ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ମାସ ର ଆରମ୍ଭରେ ହୋଇଥାଏ । ହେଲେ ମହାମାରୀ ଥିବା କାରଣରୁ ଏହାକୁ ଚଳିତ ବର୍ଷ କିଛି ଦିନ ବିଳମ୍ବରେ କରାଯାଇଥିଲା । ଗତ ତିନବର୍ଷ ଧରି ଓସ୍କାର ର କୌଣସି ହୋଷ୍ଟ ନଥିଲେ । ହେଲେ ଚଳିତ ବର୍ଷ ଏହାକୁ ହାସ୍ୟ ଅଭିନେତା ୱାଣ୍ଡା ସାଇକସ୍‌, ଆମି ଶୁମର ଓ ଅଭିନେତ୍ରୀ ରେଜିନା ହଲ୍‌ ଆୟୋଜନ କରିଥିଲେ । ୱିଲ ସ୍ମିଥଙ୍କୁ ଓସ୍କାର ପୁରସ୍କାର ।

ଏହି ସମ୍ମାନ ର ଆରମ୍ଭରୁ ପରଲୋକ ହୋଇଥିବା କଳାକାର ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ୱିଲ ସ୍ମିଥଙ୍କୁ ଓସ୍କାର ସମ୍ମାନ ମିଳିଥିା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜେସିକା ଚାଷ୍ଟେନଙ୍କୁ ଓସ୍କାର ସମ୍ମାନ ମିଳିଛି । ଫିଲ୍ମ ‘କିଙ୍ଗ ଚିଚାର୍ଡ’ ପାଇଁ ୱିଲ ସ୍ମିଥ ଓସ୍କାର ସମ୍ମାନ ପାଇଛନ୍ତି । ସେହିପରି ଚଳଚ୍ଚିତ୍ର ‘ଦ ଆଇନ୍ ଅଫ ଟାମି ଫାଏ’ ପାଇଁ ଜେସିକାଙ୍କୁ ଓସ୍କାର ମିଳିଛି । ଅନ୍ୟ ମାନଙ୍କକୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।