ଓଡିଶା ରାଜ୍ୟ ର ବର୍ତ୍ତମାନ ଖବର // ୨୮/୦୩/୨୦୧୨ ( ସୋମବାର )

0
166
ଓଡିଶା ରାଜ୍ୟ

ଭୁବନେଶ୍ୱର, (୨୮/୦୩) : ଓଡିଶା ରାଜ୍ୟ ରେ ଘଟି ଯାଇଥିବା ଅନେକ ମୁଖ୍ୟ ଓ ଦମଦାର ଖବର କୁ ନେଇ ପ୍ରସ୍ତୁତି କରାଯାଇଛି ଏବେକାର ବର୍ତ୍ତମାନ ଖବର |

ଦେଖନ୍ତୁ ବର୍ତ୍ତମାନ ଓଡିଶା ରାଜ୍ୟ ର ଖବର ଏବେ ଏବେ :

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : –
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ; ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ବି ଗିରଫ; ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ବିସ୍ଫୋରଣ :-
•ଫୁଲବାଣୀ ସ୍ଥିତ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା, •ଫିରିଙ୍ଗିଆ ଥାନା କିଆମୁଣ୍ଡା ଗାଁ ନିକଟ ଜଙ୍ଗଲରେ ବିସ୍ଫୋରଣ
•ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ବନ କର୍ମଚାରୀ ଆହତ ହୋଇଥିବା ସୂଚନା

ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ମିଳିଲା ନଗଦ ୧ କୋଟି ୩୬ ଲକ୍ଷ ଟଙ୍କା :-
* ଚତୁର୍ଥ ଦିନ ରେଡ୍ ବେଳେ ଘରୁ ମିଳିଲା ଏହି ଟଙ୍କା; ନଗଦ ଟଙ୍କା ଜବତରେ ରାଜ୍ୟ ଭିଜିଲାନ୍ସ ଇତିହାସରେ ସର୍ବାଧିକ; ଆଶିଷଙ୍କ ଘରୁ ୧.୨ କେଜି ସୁନା ମଧ୍ୟ ଜବତ କଲା ଭିଜିଲାନ୍ସ; ୧୨ଟି ବ୍ୟାଙ୍କ ଆକାଉଣ୍ଟ ସହ ୪ କୋଟିର ଜମା, ବୀମା ଠାବ

ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ୬ ମାସ ବଢିଥିବାରୁ ଧନ୍ୟବାଦ ପ୍ରସ୍ତାବ । କରୋନା କାଳରେ ମଧ୍ୟ ଗରିବଙ୍କୁ ଯୋଗାଇଛନ୍ତି ଖାଦ୍ୟଶସ୍ୟ । ଓଡିଶା ସମେତ ଉପକୃତ ହୋଇଛନ୍ତି ଦେଶର ୮୦ କୋଟି ହିତାଧିକାରୀ । ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ ।

ବିଜୁ ସ୍ବାସ୍ଥ୍ୟ ଯୋଜନାକୁ ନେଇ ଉଦ୍‌ବେଗ : – ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର କାର୍ଯ୍ୟକାରିତାକୁ ନେଇ ଗୃହରେ ଉଦ୍‌ବେଗ । ଯୋଜନାରେ ବହୁ ଅବ୍ୟବସ୍ଥା ଥିବା କହିଲେ ବିରୋଧୀ ବିଧାୟକ | ଯୋଜନାରେ ରାଜ୍ୟ ର ୩୧୫ଟି. ବେସରକାରୀ ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇଛି ।
ରାଜ୍ୟ ବାହାରର ୧୫ଟି ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇଛି : ସ୍ବାସ୍ଥ୍ୟମନ୍ତ୍ରୀ

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଶୂନ୍ୟକାଳରେ ଗୃହରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ସମାଲୋଚନା କଲେ ବିଧାୟକ ସୁର ରାଉତରାୟ, କହିଲେ- ମେଘନାଦ ପାଚେରି ପାଖରେ ବଡ଼ ବଡ଼ ଗାତ ଖୋଳା ଯାଇଛି । ଗାତ ଖୋଳିବା ଦ୍ୱାରା ମନ୍ଦିର ଭୁଶୁଡ଼ି ପଡ଼ିବ, ପାଚେରି ଗଳି ପଡ଼ିବ |