Saturday, August 8, 2020
Home Children Issue ବୀର ସୈନିକ ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାମାନୁସାରେ ଶିଶୁପୁତ୍ରର ନାମକରଣ

ବୀର ସୈନିକ ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାମାନୁସାରେ ଶିଶୁପୁତ୍ରର ନାମକରଣ

ଜୟପୁର: ରାଜସ୍ଥାନର ଅଳୱାର ଜିଲ୍ଲା ଅଧୀନ କିସନଗଡର ଜଣେ ନବଜାତକର ନାମ ଦିଆଯାଇଛି ଅଭିନନ୍ଦନ | ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଶୁକ୍ରବାର ପାକିସ୍ତାନ ଦ୍ୱାରା ମୁକ୍ତ ହେବାକୁ ଯାଉଥିବା ବେଳେ ସେଦିନ ସନ୍ଧ୍ୟାରେ ଉକ୍ତ ଶିଶୁଟି ଜନ୍ମ ହୋଇଥିଲା |

ଅଭିନନ୍ଦନଙ୍କ ନାମାନୁସାରେ ନବଜାତ ଶିଶୁର ନାମ ରଖିବା ପାଇଁ ପରିବାର ଲୋକ ଖୁବ ପସନ୍ଦ କରିଥିଲେ | ଏ ସମ୍ପର୍କରେ ଶିଶୁର ଜେଜେବାପା ଜନେସ ଭୂତାନି କହନ୍ତି, ତାଙ୍କ ବହୁ ଏକ ଶିଶୁପୁତ୍ର ଜନ୍ମ ଦେଇଥିବାରୁ ବାୟୁସେନା ପାଇଲଟଙ୍କ ସମ୍ମାନାର୍ଥେ ଆମେ ପୁତ୍ରର ନାମ ଅଭିନନ୍ଦନ ଦେଇଛୁ | ଆମେ ପାଇଲଟଙ୍କ ପାଇଁ ଗର୍ବିତ | ତାଙ୍କ ଫେରିବା ଖବର ଜାଣିବା ପାଇଁ ନ୍ୟୁଜ ଚ୍ୟାନେଲ ଦେଖୁଥିବା ସମୟରେ ବୋହୁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ପୁତ୍ରର ନାମ ଅଭିନନ୍ଦନ ଦିଆଯାଇଥିବାରୁ ଏବଂ ସେ ବଡହେବା ପରେ ଆମେ ତାକୁ ବୀର ସୈନିକ ହେବାକୁ ଚାହିଁବୁ ବୋଲି ନବଜାତକର ମା ସପନ ଦେବୀ ଭୂତାନି ପ୍ରକାଶ କରିଛନ୍ତି |

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: