ରାଇକିଆ ପୋଲିସ୍ ତରଫରୁ ରକ୍ତ ଦାନ ଶିବିର

0
171
ରାଇକିଆ ପୋଲିସ୍

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ, (୨୭/୦୩) : ରବିବାର ରାଇକିଆ ପୋଲିସ୍ ତରଫରୁ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ସହଯୋଗରେ ଏକ ମେଗା ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା ।bd 3 ରାଇକିଆ ପୋଲିସ୍ ତରଫରୁ ରକ୍ତ ଦାନ ଶିବିର

ଏଥିରେ ସ୍ଵେଚ୍ଛାକୃତ ଭାବେ ବହୁ ସଂଖ୍ୟା ରେ ଜନ ସାଧାରଣ ସହଯୋଗ ର ହାତ ବଢ଼ାଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ୬୩ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା । କଲେଜ ଛାତ୍ର ଛାତ୍ରୀ ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମାନେ ମଧ୍ୟ ରକ୍ତ ଦାନ କରିଥିଲେ । ରାଇକିଆ ପୋଲିସ୍ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ରକ୍ତ ଭଣ୍ଡାର ଅଫିସର ଜୟଦିପ୍ କୁମାର ଘୋଷ, ରାଜ୍ୟ ରେଡକ୍ରସ ର ଆଜୀବନ ସଦସ୍ୟ ପ୍ରଶାନ୍ତ ବେହେରା, ଡିଏସପି କେ ପି ପଟ୍ଟନାୟକ, ଅଫିସର ଯୋଗ ଦେଇ ଉଦଘାଟନ କରିଥିଲେ ।

ଅଧ୍ୟାପକ ଶ୍ୟାମ ସୁନ୍ଦର ଡ଼ାଙ୍ଗୁଆ, ସନ୍ତୋଷ କୁମାର ନାୟକ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ବ୍ଲଡ଼ ବ୍ୟାଙ୍କ ଷ୍ଟାଫ୍ ପରିଚାଳନା କରିଥିଲେ ।