Related Contents

ରାଧିକା ଅଳଙ୍କାର ସହ ରାଧିକା ରଜେନ୍ସି ହୋଟେଲ ଉପରେ ଆୟକର ଚଢ଼ାଉ

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪): ବଲାଙ୍ଗିର ସହରର ଜଣାଶୁଣା ସୁନା ଗହଣା ଦୋକାନ ରାଧିକା ଅଳଙ୍କାର, ହୋଟେଲ ରାଧିକା ରଜେନ୍ସି ତଥା ଏହି ସଂସ୍ଥା ସହ ଜଡିତ ଅନ୍ୟାନ ବ୍ୟବସାୟିକ ପ୍ରତିଷ୍ଠାନ ଓ ସତ୍ଵାଧିକାରୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି |

ସମ୍ବଲପୁରରୁ ଆସିଥିବି ଆୟକର ବିଭାଗର ଯୁଗ୍ମ କମିଶନରଙ୍କ ନେତୃତ୍ୱରେ ବଲାଙ୍ଗିର, ବରଗଡ଼ ଓ ସମ୍ବଲପୁର ଟିମର ପ୍ରାୟ ୧୫ ରୁ୧୦ଜଣ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି | ଆୟକର ବିଭାଗର ଚଢ଼ଉ ଜାରି ରହିଥିବା ବେଳେ କଣ ମିଳିଛି ତାହା ସ୍ପଷ୍ଟ ହୋଇପାରି ନାହିଁ | ରମାଇ ଟକିଜ ରାସ୍ତାରେ ଥିବା ସୁନା ଦୋକାନ, ହୋଟେଲ ସହ ସର୍କିଟ ହାଉସ ରୋଡରେ ଥିବା ସତ୍ଵାଧିକାରୀ ତ୍ରିପୁରାରି ପାଣିଗ୍ରାହୀଙ୍କ ଘରେ ଆୟକର ବିଭାଗ ଛାନଭିନ ଚଲାଇଛି | ଏ ନେଇ ଶ୍ରୀ ପାଣିଗ୍ରାହୀ କିମ୍ବା ଆୟକର ବିଭାଗ ପକ୍ଷରୁ କୋଣସି ସ୍ପଷ୍ଟୀକରଣ ଦିଆଯାଇ ନଥିବା ପ୍ରକାଶ |

Comments are closed.