Related Contents

ପଥରଚେପା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗ

ବଲାଙ୍ଗୀର(ଓଡିଶା ନ୍ୟୁଜ୨୪): ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଥିବା ପଥରଚେପା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜଣେ ଛାତ୍ରକୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି |

ଶୁକ୍ରବାର ରାତ୍ରିରେ ବଲାଙ୍ଗିର ସଦର ଥାନାକୁ ଛାତ୍ରୀଙ୍କ ଅଭିଭାବକ ଯାଇଥିଲେ | ଅନ୍ୟପକ୍ଷରେ ଏ ସମ୍ପର୍କରେ କୋଣସି ମାମଲା ରୁଜୁ ହୋଇ ନ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି | ମିଳିଥିବା ତଥ୍ୟ ଅନୁସାରେ, ପଥରଚେପା ପାର୍ବତୀ ଗିରି ଆଶ୍ରମର ଜଣେ ଅନ୍ତେବାସୀ ଏହି ସ୍କୁଲରେ ପାଠ ପଢ଼ନ୍ତି | ଶୁକ୍ରବାର କୋଣସି କାରଣରୁ ତାଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ମାଡ ମାରିଥିଲେ | ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି |

Comments are closed.