Advertisements
Monday, July 13, 2020
Home Business & Private ମୁରୀବାହଲ ପଞ୍ଚାୟତ ସମିତି ଡିଗ୍ରୀ କଲେଜର ବାର୍ଷିକ ଉତ୍ସବ

ମୁରୀବାହଲ ପଞ୍ଚାୟତ ସମିତି ଡିଗ୍ରୀ କଲେଜର ବାର୍ଷିକ ଉତ୍ସବ

ମୁରିବାହାଲ (ଭଗବାନ ମହାନ୍ତି): ବଲାଙ୍ଗିର ଜିଲା ମୁରିବାହାଲ ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ପ୍ରଥମେ ସହିଦଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା |

ଏହି ଅବସରରେ ମୁଖ୍ୟ ଅତିଥି କଲେଜ ପରିଚାଳନା ସଭାପତି ତଥା ସ୍ଥାନୀୟ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଯୋଗ ଦେଇଥିଲେ | କଲେଜର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | ଶ୍ରୀ ନାୟକ କଲେଜକୁ ଜମି ଦେଇଥିବା ସ୍ବର୍ଗତ ଗେରୁ ପଧାନ ସୁପୁତ୍ର ମାୟାଧର ପଧାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ | ସେହିପରି ସ୍ବର୍ଗତ ଶ୍ରୀ ଗଙ୍ଗା ବଘାର ପୂର୍ବତନ ସଭାପତି ତାଙ୍କର ସୁପୁତ୍ର ଲଳିତ ମୋହନ ବଘାରଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ | ଶ୍ରୀ ଧନଞ୍ଜୟ ପଧାନ ପୂର୍ବତନ ସମ୍ପାଦକଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ମାନିତ କରିଥିଲେ | ଶ୍ରୀ ନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ | ପ୍ରଥମେ +୨ କଲେଜ ୧୯୯୧ମସିହାରେ ହୋଇଥିଲା, ସେହି ସମୟରେ ଅନେକ ସମସ୍ୟା ଦେଇ ଗତି କରୁଥିଲା | ହେଲେ ଅଧ୍ୟାପକ ମାନେ ଭୃକ୍ଷେପ ନ କରି କଲେଜକୁ ଆଗକୁ ନେଇ ଚାଲିଥିଲେ |

ସେଥିପାଇଁ +୨ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ରାଧେଶ୍ୟାମ ତ୍ରିପାଠୀ, ଶ୍ରୀ ନରେନ୍ଦ୍ର କୁମାର ପାଣିଗ୍ରାହୀ ଓ ହୃଦାନନ୍ଦ ପୁହାଣଙ୍କୁ ସାଧୁବାଦ ଜଣାଇଥିଲେ |କଲେଜର ସମସ୍ୟା କିଛି ବିଧାୟକଙ୍କୁ ଅବଗତ କରିଥିଲେ | ଛାତ୍ରୀ ମାନଙ୍କ ଟଏଲେଟ, କମନ ରୁମ ଓ ପିଇବା ପାଣିର ସମସ୍ୟା ବିଧାୟକଙ୍କୁ ଜଣାଇଥିଲେ | ସମ୍ମାନୀୟ ଅତିଥି ମୁଖ୍ୟବକ୍ତା ଡାକ୍ତର ସଞ୍ଜୟ କୁମାର ମିଶ୍ର, (କଣ୍ଟାବାଞ୍ଜି ଭୋକେସନାଲ କଲେଜ ଓଡ଼ିଆ ଅଧ୍ୟାପକ) ଶ୍ରୀ ଧନଞ୍ଜୟ ପଧାନ (ପୂର୍ବତନ ସମ୍ପାଦକ), ଡାକ୍ତର ମିଶ୍ର ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ | ଗତକାଲି ଅଭିନନ୍ଦନ ଆସିଛନ୍ତି ସେଥିପାଇଁ ମୁ ଅଭିନନ୍ଦନ ଜଣାଉଛି ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀଙ୍କୁ ପରିଶ୍ରମୀ ହେବା ସହିତ ବାପା,ମା ଙ୍କ ସେବା କରିବାପାଇଁ କହିଥିଲେ | ମୁଖ୍ୟ ଅତିଥି ଶ୍ରୀ ଖାଁ କଲେଜକୁ ମୁ ସଭାପତି ହେଲାପରେ ଚେଷ୍ଟାକରି +୨ବିଜ୍ଞାନ ଓ +୨ ବାଣିଜ୍ୟ କରିଛି, ଚେଷ୍ଟା କରୁଛି ପିଜି କରିବା ପାଇଁ | ମୁ କଲେଜ ପଢିନାହିଁ ହେଲେ କିନ୍ତୁ ମୋର ଅଂଚଳବାସୀଙ୍କର ଛାତ୍ର ଛାତ୍ରୀ ଯେପରି ଶିକ୍ଷାରୁ ବଂଚିତ ନ ହୁଅନ୍ତୁ ମୁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ |

ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମରେ ଅଧ୍ୟାପକ ପୁର୍ଣଚନ୍ଦ୍ର ପଧାନ, ଗୁଣସାଗର ମେହେର, ସୋମେଶଦତ୍ତ ହୋତା, ଘନଶ୍ୟାମ ଖମାରି, ପ୍ରେମଚାନ୍ଦ ତାଣ୍ଡି, ଭିଂଗ ରାଜ ରଣା, ପଙ୍କଜ ସାହୁ , ଛନ୍ଦାଚରଣ ଖୁଣ୍ଟିଆ, ଯୁଗଳ କିଶୋର ଛତ୍ରିଆ, ଫାଲ୍ଗୁନୀ ଦାସ,ପିଣ୍ଟୁ ରଞ୍ଜନ ସା, ଲିଙ୍କନ ନାୟକ, ଫିରୋଜ କୁମାର ସାହୁ, ଅଧ୍ୟାପିକା ପୁଷ୍ପଲତା ବିଶ୍ୱାଳ, ବିଜୟ କଲତା, ଶରତ ଚନ୍ଦ୍ର ପଧାନ, ଲଳିତ କୁମାର ବଘାର, ଅଭୟା ନନ୍ଦ ଦାସ, ସୁନୀଲ ଚନ୍ଦ୍ର ବିଶି, କୈଳାଶ ଚନ୍ଦ୍ର ଦାସ, ପ୍ରମୁଖ ସହଯୋଗ କରିଥିଲେ |ଶ୍ରୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଚରାରୋପଣ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୧୩.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଝରିଗାଁ ଥାନା କ୍ୟାମ୍ପ ଓ ବିଏସଏଫ କ୍ୟାମ୍ପ ପରିସରରେ ଚାରାରୋପଣ...

ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ଡୁଡା ଟ୍ରଜାସ୍କୋସ୍କିଙ୍କୁ କଲେ ପରାସ୍ତ

ପୋଲାଣ୍ଡ (୧୩/୦୭): ରବିବାରର ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା ଚ୍ୟାଲେଞ୍ଜର ରାଫାଲ ଟ୍ରଜାସ୍କୋସ୍କିଙ୍କୁ ସଂକୀର୍ଣ୍ଣ ଭାବେ ପରାସ୍ତ କରିଛନ୍ତି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

Recent Comments

%d bloggers like this: