Thursday, March 28, 2024

Top 5 This Week

Related Posts

ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପୌର ନିର୍ବାଚନ

ରିପୋର୍ଟ : ଦେବଦତ୍ତ ପଣ୍ଡା //
କଳାହାଣ୍ଡି, ତା.(୨୬/୦୩) : ସଂପ୍ରତି ପୌର ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଛଅଟି ଏନଏସି ଓ ଭବାନୀପାଟଣା ମ୍ୟୁନିସିପାଲିଟୀ ମଧ୍ୟରୁ ଶାସକ ବିଜେଡି କେବଳ ଦୁଇଟି ରେ ପୌରାଧ୍ୟକ୍ଷ ପଦବୀ ପାଇବାରେ ସଫଳ ହୋଇଛି ।d98be971 cb1a 4a56 a6d0 0d20562ac951 ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପୌର ନିର୍ବାଚନ

ଭବାନୀପାଟଣା ମ୍ୟୁନିସିପାଲିଟୀରେ ଶାସକ ବିଜେଡି ପକ୍ଷରୁ ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅନେକ ପୁରୁଖା ନେତାଙ୍କୁ  ଚକମା ଦେଇ ଶେଷ ମୁହୁର୍ତରେ ଏସଏଚଜି ମହିଳା ନେତ୍ରୀଙ୍କୁ ଅଧ୍ୟକ୍ଷା ପ୍ରାର୍ôଥନୀ ଭାବେ ଠିଆ କରାଇ ବିଜେଡି ଶେଷରେ ବାଜିମାତ କରିଛି ।

ମୋଟ ୫୭,୭୧୧ ଭୋଟର ମଧ୍ୟରୁ ୩୩,୦୫୧ ଜଣ ଭୋଟ ଦେଇଥିବା ଭବାନୀପାଟଣା ମ୍ୟୁନିସିପାଲିଟୀରେ ବିଜେପିର ବିନୀତା ଦାଶ ୧୩,୨୮୮ ଭୋଟ  ପାଇଥିବା ବେଳେ ବିଜେଡି ପ୍ରାର୍ôଥନୀ ସଂଯୁକ୍ତା ବେହେରା୧୪.୧୩୫ ଭୋଟ ପାଇ ବିଜୟୀ ହୋଇଛନ୍ତି । ସହର ର ୨୦ ଟି ୱାର୍ଡ ମଧ୍ୟରୁ ୧୮ଟିରେ ବିଜେଡି ଏବଂ ବିଜେପି ଓ କଂଗ୍େରସ ର ଗୋଟିଏ ଲେଖାଏଁ କାଉନସିଲର ବିଜୟୀ ହୋଇଛନ୍ତି । 5bb7408e 90db 4772 83ae bfb7ad2e17a3 ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପୌର ନିର୍ବାଚନ

ଜୁନାଗଡ ଏନଏସିରେ ବିଜେପି ର ମୁକେଶ ଅଗ୍ରୱାଲ ଅଧ୍ୟକ୍ଷ ଭାବେ ବାଜିମାତ କରିଛନ୍ତି । ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ବାବେ ଜଣାଶୁଣା ମହେଶ ସାହୁ ବିଜେଡି ପ୍ରାର୍ôଥ ଭାବେ ନିର୍ବାଚନରେ ଲଢୁଥିବା ହେତୁ ମନ୍ତ୍ରୀ ହିଁ ସିଧାସଳଖ ଭାବେ ନିର୍ବାଚନରେ ସାମିଲ ଥିବା ଦେଖାଯାଇଥିଲା । ମୋଟ ୧୪,୭୪୩ ଭୋଟର ମଧ୍ୟରୁ ୧୧,୦୯୫ ଜଣ ଭୋଟ ଦେଇଥିବା ଜୁନାଗଡ ଏନଏସିରେ  ବିଜେଡିର ମହେଶ ସାହୁ ୪,୭୧୫ ଭୋଟ  ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରୱାଲ ୫,୮୮୯  ଭୋଟ ପାଇ ବିଜୟୀ ହୋଇଛନ୍ତି । ସହରର୧୨ ଟି ୱାର୍ଡ ମଧ୍ୟରୁ ୧୦ଟିରେ ବିଜେଡି ଏବଂ  ୨ ଟିରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି ।

9165d922 527b 473e ac5f eb2af4d0d9b2 ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପୌର ନିର୍ବାଚନଧର୍ମଗଡ ଏନଏସିରେ ବିଜେପିର ଅଶୋକ ମହାନ୍ତି ଅଧ୍ୟକ୍ଷ ଭାବେ ବାଜିମାତ କରିଛନ୍ତି । ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା ରଜନୀକାନ୍ତ ମୁନୀ ବିଜେଡି ପ୍ରାର୍ôଥ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବେଳେ ବିଜେଡିରୁ ଅଧ୍ୟକ୍ଷ ପଦବୀ ପାଇଁ ଦାବୀଦାର ଥିବା ଅଶୋକ ମହାନ୍ତି ଶେଷ ମୂହୁର୍ତରେ ବିଜେପିରେ ସାମିଲ ହୋଇ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଲଢି ଜିତିଥିବା ଜଣାପଡିଛି । ପୂର୍ବରୁ ଧର୍ମଗଡ ସରପଂଚ, ଏନଏସି ଉପାଧ୍ୟକ୍ଷ ଥିବା ଅଶୋକ ବିଜେପିରେ ସାମିଲ ହୋଇ ଜିତିଥିବା ବେଳେ ଶାସକ ବିଜେଡିର ଶୋଚନୀୟ ପରାଜୟ ହୋଇଛି ।  ବିଜେଡିର ରଜନୀକାନ୍ତ ମୁନୀ ୩୪୩୩ ଭୋଟ  ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ୫୮୯୪  ଭୋଟ ପାଇ ବିଜୟୀ ହୋଇଛନ୍ତି । ସହରର୧୪ ଟି ୱାର୍ଡ ମଧ୍ୟରୁ ୯ଟିରେ ବିଜେଡି ଏବଂ  ୫ ଟିରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି ।

କେସିଙ୍ଗା ଏନଏସିରେ ବିଜେଡି ର ନୃପରାଜ ଯାଦବ ଅଧ୍ର‌୍ୟକ୍ଷ ଭାବେ ବାଜିମାତ କରିଛନ୍ତି । କଂଗ୍ରେସର ରାମ କୁମାର ଜୈନ ୪୧୯୧ ଭୋଟ ପାଇଥିବା ବେଳେ ବିଜେଡି ର ନୃପରାଜ ଯାଦବ ୫୧୦୩ ଭୋଟ ପାଇ  ବିଜୟୀ ହୋଇଛନ୍ତି ।

ସେହିପରି ନୂଆପଡା ଜିଲ୍ଲା ଖରିଆର ଏନଏସିରେ କଂଗ୍ରେସ ପ୍ରାର୍ôଥ ଉଜ୍ୱଳ ଗୁପ୍ତା ବିଜୟୀ ହୋଇଥିବା ବେଳେ ନୂଆପଡା ଏନଏସି ଅଧ୍ୟକ୍ଷ ଭାବରେ ସାଂସଦଙ୍କ ପୁଅକୁ ହରାଇ ସ୍ୱାଧିନ ପ୍ରାର୍ôଥ ନିର୍ବାିଚିତ ହୋଇଛନ୍ତି । ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଭାବରେ ବିଜେପିର ସୋନିଆ ଜୈନ ନିର୍ବାଚିତ ହୋଇଛନ୍ତି । ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ୩ ବିଜେପି ଅଧ୍ୟକ୍ଷ ହୋଇଥିବା ବେଳେ କଂଗ୍ରେସ ର ୧ ଓ ସ୍ୱାଧିନ  ଅଧ୍ୟକ୍ଷ ହୋଇଛନ୍ତି ।

କଳାହାଣ୍ଡି ସାଂସଦଙ୍କ ନିଜସ୍ୱ ଏନଏସିରେ ତାଙ୍କ ପୁଅଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଥିବା ବେଳେ ଜୁନାଗଡ ଓ ଧର୍ମଗଡ ଏନଏସିରେ ପ୍ରାର୍ଥୀମାନଙ୍କ ନିଜସ୍ୱ ଲୋକପ୍ରିୟତାରେ ବିଜେପି ପ୍ରାର୍ôଥମାନେ ବିଜୟୀ ହୋଇଥିବା ଜଣାପଡିଛି । ଖୋଦ କଳାହାଣ୍ଡି ସାସଂଦ  ବସନ୍ତ ପଣ୍ଡାଙ୍କ ନିଜସ୍ୱ ନୂଆପଡା ଏନଏସିରେ ତାଙ୍କର ପୁଅ ସ୍ୱାଧିନ ପ୍ରାର୍ôଥଙ୍କ ଠାରୁ ଶୋଚନୀୟ ପରାଜୟ ହୋଇଥିବା ସାସଂଦଙ୍କ ଲୋକପ୍ରିୟତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles