ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ୬ଜଣ ଗୁରୁତର

0
151
ପୂର୍ବ ଶତ୍ରୁତାକୁ କେନ୍ଦ୍ର

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ମୁରିବାହାଲ, ତା(୨୬/୦୩) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମୂରିବାହାଲ ଥାନା ଅନ୍ତର୍ଗତ ଖଇରମାଲ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ର ଶିକାର ହୋଇ ଛଅ ଜଣ ଗୁରୁତର ଆହତ ହୋଇଥିବା ନେଇ ତୀବ୍ର ଉତେଜନା ସୃଷ୍ଟି ହୋଇଛି ।

ସୂଚନାଅନୁଯାୟୀ ଯେ, ଆଜି ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ଖଇରମାଲ ଗ୍ରାମ ରେ ବିଦ୍ୟୁତ ସଂଯୋଗ ତଥା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଙ୍ଘ ବଦ୍ଧ ଆକ୍ରମଣ ହୋଇଥିଲା ।c167a103 0a76 4f91 bcc9 dbe2548737c6 ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ୬ଜଣ ଗୁରୁତର

ଉକ୍ତ ଆକ୍ରମଣ ରେ ଶିକାର ହୋଇ ଛଅ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଟିଟିଲାଗଡ଼ ସବ ଡିଭିଜନାଲ ସରକାରୀ ଡାକ୍ତରଖାନାରେ ଗ୍ରାମବାସୀ ପହଞ୍ଚିଥିଲେ । ଆକ୍ରମଣ ର ଶିକାର ଉକ୍ତ ୬ ଜଣ ଗୁରୁତର ଆହତ ଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ କାର୍ଯ୍ୟରତ ଔଷଧ ବିଶେଷଜ୍ଞ ଡ଼ଃ ହେମନ୍ତ ମେହେର ପ୍ରାରମ୍ଭିକ ଚିକିତ୍ସା କରି ତାଙ୍କୁ ବଲାଙ୍ଗୀର ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଛନ୍ତି ।abc2a2f4 ad4e 4ac4 8bd7 e026e3cfe61a ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ୬ଜଣ ଗୁରୁତର

ପ୍ରକାଶ ଯେ, ଉକ୍ତ ଗ୍ରାମ ରେ ଆଜି ବିଦ୍ୟୁତ ସଂଯୋଗ କାର୍ଯ୍ୟଚାଲିଥିବା ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରାନ୍ସଫର୍ମର ବସେଇବା ନେଇ ବାଦ ବିବାଦ ସୃଷ୍ଟି ହୋଇଥିଲା । ସେହିପରି ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଦଳଗତ ଭାବେ ଟାଙ୍ଗିଆ ତଥା ବିଭିନ୍ନ ମାରଣାସ୍ତ୍ର ନେଇ ଉକ୍ତ ଗ୍ରାମର ଚମ୍ପା ହାତୀ (ବ-୧୬), ସଙ୍ଗୀତ ହାତୀ (୩୪), ବଙ୍ଗାଳୀ ହାତୀ (୪୫), ଗୋପୀନାଥ ବାଗ (୪୨), ଵିଜୟ ଆଡଜୁଏଟ (୨୩), ହେମରାଜ ହାତୀ (୨୧), ଛଅ ଜଣ ଙ୍କୁ ଦଳଗତ ଭାବେ ଆକ୍ରମଣ କରିବା ଅଭିଯୋଗ ହୋଇଛି ।

ଏହି ଆହତ ଙ୍କୁ ମୁର୍ମୁସ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ଗ୍ରାମ ଦାଣ୍ଡରେ ପଡିଥିବା ବେଳେ ପରେ ତାଙ୍କୁ ଗ୍ରାମବାସୀ ଟିଟିଲାଗଡ଼ ଡାକ୍ତର ଖାନା ରେ ଆଣି ଭର୍ତ୍ତି କରେଇଥିବା ବେଳେ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିବା ଓ ପ୍ରଚୁର ରକ୍ତସ୍ରାବ ହେଉଥିବା ବେଳେ ତାଙ୍କ ଡ଼ଃ ହେମନ୍ତ ମେହେର ଭୀମଭୋଇ ମ୍ୟାଡିକାଲ କଲେଜ ଡାକ୍ତର ଖାନା କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇ ଥିବା ଜଣାଯାଇଛି ।

ଉକ୍ତ ଗ୍ରାମ ର ଦୁଲମଣୀ ହାତୀ, କେଶର ହାତୀ, ଅନ୍ତଃ ହାତୀ, ପୀତବାସ ହାତୀ, ରାମକର ହାତୀ, ରୁଦ୍ର।କ୍ଷ ହାତୀ, ହେମସାଗାର ହାତୀ, ଭୀମ ଲୋଚନ, ଗୋବିନ୍ଦ ହାତୀ, ପରମେଶ୍ବର ହାତୀ ପ୍ରମୁଖ ଆଜି ଗାଁ ଦାଣ୍ଡରେ ଥିବା ବେଳେ ହଠାତ ପୂର୍ବରୁ ଯୋଜନା ବଦ୍ଧ ଭାବେ ଏହି ସମସ୍ତ ବ୍ୟକ୍ତି ଟାଙ୍ଗିଆ ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ର ରେ ଅତର୍କିତ ଆକ୍ରମଣ କରିଥିଲେ ।

ଆକ୍ରମଣ ର ଶିକାର ହୋଇଥିବା ଛଅ ଜଣ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଓ ପ୍ରଚୁର ରକ୍ତ ସ୍ରାବ ହୋଇଥିବା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ଏ ନେଇ ମୁରିବାହାଲ ପୋଲିସ କୁ ତୁରନ୍ତ ସୂଚନା ଦେଇଥିଲେ ସୁଦ୍ଧା ପୋଲିସ ଜାଣି ଶୁଣି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଗ୍ରାମରେ ଉତେଜନା ସୃଷ୍ଟି ହୋଇଛି ।